ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍‌ ଜେ ଆକବର୍‌ ତାଙ୍କୁ କେମିତି ଦେଇଥିଲେ ଯୌନ ଉତ୍ପୀଡ଼ନ? ଭରା ଅଦାଲତରେ ବଖାଣିଲେ ବରିଷ୍ଠ ସାମ୍ବାଦିକା ଗାଜ୍‌ଲା ଓ୍ଵାହବ୍‌...

Advertisment
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍‌ ଜେ ଆକବର୍‌ ତାଙ୍କୁ କେମିତି ଦେଇଥିଲେ ଯୌନ ଉତ୍ପୀଡ଼ନ? ଭରା ଅଦାଲତରେ ବଖାଣିଲେ ବରିଷ୍ଠ ସାମ୍ବାଦିକା ଗାଜ୍‌ଲା ଓ୍ଵାହବ୍‌...

The Quint

ନୂଆଦିଲ୍ଲୀ:  ଆଜି ଜନୈକା ବରିଷ୍ଠ ସାମ୍ବାଦିକା ଗାଜ୍‌ଲା ଓ୍ଵାହବ୍‌ ତାଙ୍କ ପ୍ରତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍‌ ଜେ ଆକବର୍‌ କରିଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ପ୍ରତ୍ୟେକଟି ଘଟଣାର ସଂପୂର୍ଣ୍ଣ ବିବରଣୀ ସର୍ବ ସମ୍ମୁଖରେ ପ୍ରଦାନ କରିଛନ୍ତି। ଏହା ଶୁଣିବା ପରେ ବିଚାରପତିଙ୍କ ସମେତ କୋର୍ଟରୁମ୍‌ରେ ଉପସ୍ଥିତ ସମସ୍ତେ ତଟସ୍ଥ ହୋଇ ରହି ଯାଇଛନ୍ତି।

# ମି ଠୁ ଆନ୍ଦୋଳନରେ ସାମିଲ ହୋଇ ବରିଷ୍ଠ ସାମ୍ବାଦିକା ପ୍ରିୟା ରମାନୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଏମ୍‌ ଜେ ଆକବର୍‌ ତାଙ୍କ ସହ କରିଥିବା ଯୌନ ଉତ୍ପୀଡ଼ନର ଖୁଲାସା କରିବା ପରେ ମନ୍ତ୍ରୀ ଆକବରଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଥିଲା। ଏହି ଘଟଣାରେ ମର୍ମାହତ ଏମ୍‌ ଜେ ଆକବର ଦିଲ୍ଲୀର ଏକ ଅଦାଲତରେ ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଏକ ମାନହାନୀ ମାମଲା ଆଗତ କରିଥିଲେ।

ଆଜି ଏହି ମାମଲାରେ ସାମ୍ବାଦିକା ପ୍ରିୟା ରମାନୀଙ୍କ ସପକ୍ଷରେ ସାକ୍ଷ୍ୟ ଦେବାପାଇଁ ବରିଷ୍ଠ ସାମ୍ବାଦିକା ଗାଜ୍‌ଲା ଓ୍ଵାହବ୍‌ ଅଦାଲତକୁ ଆସିଥିଲେ। ଗାଜ୍‌ଲା ଯେତେବେଳେ ଏସିଆନ୍‌ ଏଜ୍‌ରେ ସାମ୍ବାଦିକା ରୂପେ କାର୍ଯ୍ୟରତ ଥିଲେ ସେତେବେଳେ ସଂପାଦକ ଥିବା ଏମ୍‌ ଜେ ଆକବର ତାଙ୍କୁ ଯୌନ ଶୋଷଣ କରିଥିବା ନେଇ ସେ ଅଦାଲତରେ ଅଭିଯୋଗ କରିଥିଲେ।

ସେଦିନର ସେହି ଘଟଣାକୁ ମନେ ପକାଇ ସାମ୍ବାଦିକା ଗାଜ୍‌ଲା ଓ୍ଵାହବ୍‌ ଅଦାଲତଙ୍କୁ କହିଥିଲେ ଯେ, ‘ଦିନେ ତାଙ୍କୁ ସଂପାଦକ ଆକବର ତାଙ୍କ ଚାମ୍ବର ମଧ୍ୟକୁ ଡାକିଥିଲେ। ସେଠାରେ ସେ ତାଙ୍କ ଅଣ୍ଟା ପଛରେ ଦୁଇହାତ ରଖି ତାଙ୍କୁ ନିଜ ଆଡ଼କୁ ଟାଣି ନେବା ସହ କୁଣ୍ଢାଇ ଧରିଥିଲେ। ପରେ ତାଙ୍କ  ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ସହ ବଳ ପୂର୍ବକ ଭାବେ ତାଙ୍କୁ ଚୁମ୍ବନ ମଧ୍ୟ ଦେଇଥିଲେ....।’

ତେବେ, ଗାଜ୍‌ଲା ଅଦାଲତଙ୍କୁ ନିଜର ବୟାନ ଦେଉଥିବା ବେଳେ ଏମ୍‌ ଜେ ଆକବରଙ୍କ ପକ୍ଷରୁ ନିଯୁକ୍ତ ତାଙ୍କର ମହିଳା ଓକିଲ ଗୀତା ଲୁର୍ଥା ଓ ତାଙ୍କ ଅନ୍ୟ ସହଯୋଗୀମାନେ ଗାଜ୍‌ଲାଙ୍କ ବୟାନକୁ ଶୁଣି ଜୋରରେ ହସିବା ସହ ତାଙ୍କର ଥଟ୍ଟାମଜା କରିବାରୁ କୋର୍ଟରୁମ୍‌ରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe