ଶ୍ରୀଲଙ୍କା ସଙ୍କଟ: ପେଟ୍ରୋଲ ପମ୍ପରେ ‘ନୋ ପେଟ୍ରୋଲ’ ପୋଷ୍ଟର

Advertisment

କର୍ମଚାରୀଙ୍କ ଦରମା ଦେବାକୁ ଟଙ୍କା ଛପାଯିବ

କର୍ମଚାରୀଙ୍କ ଦରମା ଦେବାକୁ ଟଙ୍କା ଛପାଯିବ

ଶ୍ରୀଲଙ୍କା ସଙ୍କଟ: ପେଟ୍ରୋଲ ପମ୍ପରେ ‘ନୋ ପେଟ୍ରୋଲ’ ପୋଷ୍ଟର

କ‌ଲମ୍ବୋ : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲର ଘୋର୍‌ ଅଭାବ ଦେଖାଦେବାରୁ ଆଜି ‌ପେଟ୍ରୋଲ ଟାଙ୍କି ଗୁଡ଼ିକରେ ‘ନୋ ପେଟ୍ରୋଲ୍‌’ ‌ପୋଷ୍ଟର୍‌ ଲାଗିଛି। ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ଲମ୍ବା ଧାଡ଼ି ଲାଗିଛି। ସ୍ଥାନୀୟ ଲୋକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍‌ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ପେଟ୍ରୋଲ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଗତକାଲି କହିଥିଲେ ଯେ ଶ୍ରୀଲଙ୍କାରେ କେବଳ ଗୋଟିଏ ଦିନର ପେଟ୍ରୋଲ୍‌ ରହିଛି। ଦିନକ ପରେ ପ‌େଟ୍ରୋଲ ସରିଯିବ ବୋଲି ବିକ୍ରମସିଂଘେ କହିଥିଲେ। ଭୟଙ୍କର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାର ନୂଆ ସରକାର ଏହାର ଜାତୀୟ ଏୟାରଲାଇନ୍‌ ବିକିବାପାଇଁ ଯୋଜନା କରିଛନ୍ତି। ଶ୍ରୀଲଙ୍କାରେ ନୂଆ ପ୍ରଶାସନ ଏୟାରଲାଇନ୍‌ ଗୁଡ଼ିକୁ ଘରୋଇକରଣ କରିବାପାଇଁ ଯୋଜନା କରିଛନ୍ତି ବୋଲି ରାନିଲ ବିକ୍ରମସିଂଘେ ଗତକାଲି କହିଥିଲେ। ବିକ୍ରମସିଂଘେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ଛାପିବେ ବୋଲି କହିଛନ୍ତି। ଟଙ୍କା ଛାପିବା ପାଇଁ ସେ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe