ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ: ଜେ. ପି. ନଡ୍ଡା

Advertisment
ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ: ଜେ. ପି. ନଡ୍ଡା

ନୂଆଦିଲ୍ଲୀ: ଗଣତନ୍ତ୍ରକୁ ବିଶ୍ବାସ କରୁ ନ ଥିବା ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରରେ ସ୍ଥାନ ନାହିଁ ବୋଲି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି ‘ବିଜେପି’ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଛନ୍ତି।

ଚେନ୍ନାଇରେ ଚାଲିଥିବା ‘ବିଜେପି’ର ଯୁବ ଶାଖା ‘ଭାରତୀୟ ଜନତା ଯୁବ ମୋର୍ଚ୍ଚା’ର ‘ନ୍ୟାସ୍‌ନାଲ୍‌ ୟୋଥ୍‌ ପାର୍ଲାମେଣ୍ଟ୍‌’ ଉଦ୍‌ଘାଟନ କରି ଭର୍ଚ୍ୟୁଆଲ୍‌ ଉଦ୍‌ବୋଧନ ଦେଇ ନଡ୍ଡା କହିଛନ୍ତି, ରାହୁଲ୍‌ ଗାନ୍ଧୀ ଗଣତନ୍ତ୍ରର ସମସ୍ତ ନୈତିକତା ଅତିକ୍ରମ କରିଯାଉଛନ୍ତି। ତେଣୁ, ଗଣତାନ୍ତ୍ରିକ ପଦ୍ଧତିରେ ତାଙ୍କୁ ସମ୍ପୂର୍ଣ୍ଣ ବିଦାୟ ଦେବା ଉଚିତ।

ଭାରତରେ ଗଣତନ୍ତ୍ର ବିପଦରେ ପଡ଼ିଥିବା କଥା ସେମାନେ ଜାଣନ୍ତି ନାହିଁ କହି ଭାରତର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାଲାଗି ରାହୁଲ୍‌ ଆମେରିକା ଓ ୟୁରୋପ ଭଳି ବିଦେଶୀ ଶକ୍ତିଙ୍କୁ ଉସୁକାଇଥିବା ଦୋଷାରୋପ କରି ନଡ୍ଡା ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ମାନସିକ ଭାବ‌େ ନଷ୍ଟ ହୋଇଯାଇଛି। ରାହୁଲ୍‌ ଗାନ୍ଧୀ ଗଣତନ୍ତ୍ର ସମସ୍ତ ନୈତିକତା ଲଙ୍ଘନ କରିଯାଇଛନ୍ତି।

publive-image Image Courtesy of NDTV

ଜେ. ପି. ନଡ୍ଡା ପଚାରିଛନ୍ତି, ସେ କି ପ୍ରକାର ବିବୃତି ଦେଉଛନ୍ତି? ଲୋକେ ତାଙ୍କ କଥା ନ ଶୁଣି ତାଙ୍କୁ ସହ୍ୟ କରିଯାଉଛନ୍ତି। ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଲଜ୍ଜାକର ମନ୍ତବ୍ୟ ଦେଇ ରାହୁଲ୍‌ ଗାନ୍ଧୀ ଖାଲି ଜାତିକୁ ଅପମାନିତ କରି ନାହାନ୍ତି, ଆମ ଦେଶରେ ହସ୍ତକ୍ଷେପ କରିବା ଲାଗି ବିଦେଶୀ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି।

କିନ୍ତୁ, କଂଗ୍ରେସ ‘ବିଜେପି’ର ଏ ପ୍ରକାର ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ଆଦାନି ମାମଲା ଉପରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ‘ବିଜେପି’ ରାହୁଲ୍‌ଙ୍କ ବିବୃତିକୁ ବିଭ୍ରାନ୍ତକର ଭାବେ ଉପସ୍ଥାପନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe