କୂଳଭୂଷଣ ପାଇଁ ସେନା ଆଇନରେ କୌଣସି ପରିବର୍ତ୍ତନ କରାଯାଉନାହିଁ : ପାକ୍‌

Advertisment
କୂଳଭୂଷଣ ପାଇଁ ସେନା ଆଇନରେ କୌଣସି ପରିବର୍ତ୍ତନ କରାଯାଉନାହିଁ : ପାକ୍‌

ଇସ୍ଲାମାବାଦ : ପାକିସ୍ତାନୀ ଜେଲରେ ଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୂଳଭୂଷଣ ଯାଦବ ପାଇଁ ପାକିସ୍ତାନ ସରକାର ନିଜର ସେନା ଆଇନରେ ସଂଶୋଧନ କରୁଥିବା ଖବରକୁ ଅସ୍ୱୀକାର କରିଛି ପାକ ସେନା ।
ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ଏକ ଟ୍ଵିଟ କରି କହିଛନ୍ତି ଯେ ଦୋଷୀ ଭାରତୀୟ ‘ଆତଙ୍କବାଦୀ’ କୂଳଭୂଷଣ ଯାଦବ ସଂପର୍କରେ ଅନ୍ତର୍ଜାତୀୟ ଅଦାଲତଙ୍କ ରାୟ ପାଳନ କରିବାକୁ ପାକିସ୍ତାନ ନିଜର ସେନା ଆଇନରେ ପରିଣତ କରୁଥିବା କଥା ମିଛି । ଏହି ମାମଲାର ପୁନର୍ବିଚାର ପାଇଁ ବିଭିନ୍ନ ଆଇନଗତ ଦିଗ ସମ୍ପର୍କରେ ବିଚାର କରାଯାଉଛି ।

ଗତକାଲି ପାକିସ୍ତାନର କେତେକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲେ ଯେ ଅନ୍ତର୍ଜାତୀୟ କୋର୍ଟ ଚାପରେ ପଡି ପାକିସ୍ତାନ ନିଜର ସେନା ଆଇନରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛି । ଏହି ଆଇନର ସଂଶୋଧନ ହେଲେ କୂଳଭୂଷଣ ଯାଦବକୁ ମୃତ୍ୟୁଦଣ୍ଡାଦେଶ ବିରୁଦ୍ଧରେ ପାକିସ୍ତାନର ବେସାମରିକ କୋର୍ଟରେ ଅପିଲ କରିପାରିବେ । ବର୍ତ୍ତମାନ ପାକିସ୍ତାର ସେନା ଆଇନରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ବ୍ୟକ୍ତି ସେନା ଅଦାଲତଙ୍କ ରାୟ ବିରୋଧରେ ବେସାମରିକ କୋର୍ଟରେ ଅପିଲ କରିପାରିବେ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe