ndtv
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଡାଉନ୍ ସମୟସୀମା ଆହୁରି ୧୯ ଦିନ ବୃଦ୍ଧି କରିବା ପରେ ଭାରତୀୟ ରେଳବାଇ ମେ ୩ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ବାତିଲ କରିଥିଲା | ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଥିଲା ଯେ, ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସେପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍ ଟ୍ରେନ୍, କୋଲ୍କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍ୱେ ଇତ୍ୟାଦି ସମେତ ଭାରତୀୟ ରେଳବାଇର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ମେ ୩ ତାରିଖ ରାତି ୧୨ଟା ଯାଏଁ ବନ୍ଦ ରହିବ।
କିନ୍ତୁ ଏହି ଘୋଷଣା ପରେ ଗଣମାଧ୍ୟମରେ କିଛି ଭୁଲ ଖବର ପ୍ରସାର ହେବାକୁ ଲାଗିଥିଲା | ଭାରତୀୟ ରେଳ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ସହରକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ରେଳ ମନ୍ତ୍ରାଳୟ ପୁଣି ଥରେ ଟୁଇଟ କରି ସ୍ପଷ୍ଟ କରିଛି ଯେ ମେ ୩ପର୍ଯ୍ୟନ୍ତ ଏଭଳି କୌଣସି ଯୋଜନା ନାହିଁ ।
News Live TVରେଳ ମନ୍ତ୍ରାଳୟର ସରକାରୀ ହ୍ୟାଣ୍ଡେଲ ଦ୍ୱାରା କରାଯାଇଥିବା ଟୁଇଟରୁ ଏହା ସ୍ପଷ୍ଟ ହୋଇଛି ଯେ, ସମଗ୍ର ଦେଶରେ ମେ ୩, ୨୦୨୦ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ବାତିଲ ହୋଇଛି ଏବଂ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ସହରକୁ ସ୍ଥାନାନ୍ତର କରିବା ପାଇଁ କୌଣସି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା ନାହିଁ। ଏହି ଟୁଇଟ୍ ମାଧ୍ୟମରେ ମନ୍ତ୍ରାଳୟ ସମସ୍ତ ସମ୍ପୃକ୍ତ ଲୋକଙ୍କୁ ଅନୁରୋଧ କରିଛି ଯେ, ଏହି ବିଷୟରେ ଧ୍ୟାନ ଦିଅନ୍ତୁ ଏବଂ କୌଣସି ଭୁଲ ଖବର ପ୍ରସାରକୁ ରୋକିବାରେ ଆମକୁ ସାହାଯ୍ୟ କରନ୍ତୁ।
ଏହାପୂର୍ବରୁ ଆଇଆରସିଟିସି ପକ୍ଷରୁ କୁହାଯାଇଥିଲା ଯେ, ମେ ୩ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଥିବା ସମସ୍ତ ଟ୍ରେନ୍ ପାଇଁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ଏବଂ ଉପଭୋକ୍ତାମାନଙ୍କୁ ସେମାନଙ୍କର ଇ-ଟିକେଟ୍ ବାତିଲ୍ କରିବା କୌଣସି ଆବଶ୍ୟକତା ନାହିଁ। ଏହା ସହ ଯେଉଁ ଯାତ୍ରୀମାନେ ସେମାନଙ୍କ ଇ-ଟିକେଟ୍ ବାତିଲ କରିସାରିଛନ୍ତି ସେମାନେ ମଧ୍ୟ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଁ ଯୋଗ୍ୟ ହେବେ |
Follow Us