ସହରରେ ବିଜୁଳି କି, ପାଣି ନାହିଁ, ଶବ ମଧ୍ୟ ଉଦ୍ଧାର କରି ପାରୁନୁ: ମାଇରୁପୋଲ୍‌ ମେୟର୍‌

Advertisment
ସହରରେ ବିଜୁଳି କି, ପାଣି ନାହିଁ, ଶବ ମଧ୍ୟ ଉଦ୍ଧାର କରି ପାରୁନୁ: ମାଇରୁପୋଲ୍‌ ମେୟର୍‌

Image Courtesy of India Today

ମାରିଉପୋଲ୍‌: ଆଜକୁ ୫ ଦିନ ହେବ ସହରରେ ବିଜୁଳି ସରବରାହ ନାହିଁ ଏବଂ ଏବେ ପାଣି ମଧ୍ୟ ଶେଷ ହୋଇଗଲାଣି ବୋଲି ଶନିବାର ଦିନ ଦକ୍ଷିଣ ୟୁକ୍ରେନୀୟ ନଗରୀ ମାଇରୁପୋଲ୍‌ର ମେୟର୍‌ ଭାଦିମ ବୋଇଚେଙ୍କୋ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରମାଗତ ୬ ଦିନ ହେବ ନଗରୀରେ ବିମାନ ଆକ୍ରମଣ ଚାଲିଥିବାରୁ ସେମାନେ ଶବ ଉଦ୍ଧାର କରି ପାରୁନାହାନ୍ତି।

ବୋଇଚେଙ୍କୋ କହିଛନ୍ତି ଯେ, ପରିସ୍ଥିତି ଖୁବ୍‌ ଜଟିଳ ଏବଂ ରୁଷୀୟ ସେନା ମାନବୀୟ କରିଡର୍‌ ଅବରୋଧ କରିସାରିଛି। ଆମେ ଭୋଗୁଥିବା ଅସୁମାରି ସାମାଜିକ ସମସ୍ୟା ସବୁ ରୁଷୀୟମାନେ ସୃଷ୍ଟି କରିଛନ୍ତି।

publive-image Image Courtesy of The Philadelphia Inquirer

ସେ ଆହୁରି ମଧ୍ୟ କହିଛନ୍ତି, ୪ ଲକ୍ଷ ଜନତା ଥିବା ମାଇରୁପୋଲ୍‌ରେ ୫ ଦିନ ହେବ ବିଜୁଳି ନାହିଁ। ବିଜୁଳି ଶକ୍ତି ଯୋଗାଣ ପାଇଁ ଆମର ସମସ୍ତ ତାପଜବିଦ୍ୟୁତ୍‌ ଉପକେନ୍ଦ୍ର ଉପରେ ନିର୍ଭର କରେ। ଆମ ପାଖରେ ଉତ୍ତାପ ନାହିଁ।

ରୁଷ୍‌ ମାଇରୁପୋଲ୍‌ ଆକ୍ରମଣ କରିବା ପରଠାରୁ ମୋବାଇଲ୍‌ ନେଟ୍‌ୱାର୍କ ନାହିଁ। ସଂରକ୍ଷିତ ଜଳ ଯୋଗାଣ ହରାଇ ଥିବାରୁ ସହରରେ ଆଦୌ ଜଳ ନାହିଁ। ସହର ଚାରିପଟେ ସୈନ୍ୟ ଘେରାଇ ଅବରୋଧ କରିବା ସହ ମାନବୀୟ ସହାୟତାରୁ ସହରକୁ ବଞ୍ଚିତ କରିବା ଲାଗି ରୁଷୀୟ ସେନା ଉଦ୍ୟମ ଚଳାଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ଡାକ୍ତରୀ ସାମଗ୍ରୀ, ଶିଶୁ ଆହାର ଯୋଗାଣ ମଧ୍ୟ ବନ୍ଦ କରି ସେମାନେ ଆମକୁ ମାନବୀୟ କରିଡର୍‌ରୁ ବିଚ୍ଛିନ୍ନ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ସହରକୁ ରୁଦ୍ଧ କରି ଆମ ଉପରେ ଅସହଣୀୟ ଚାପ ପ୍ରୟୋଗ କରିବାକୁ ଚାହୁଁଛି ବୋଲି ବୋଇଜେଙ୍କୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe