ଅଷ୍ଟମ ବେତନ ଆୟୋଗ ଗଠନ ପ୍ରସ୍ତାବ ନାହିଁ: କେନ୍ଦ୍ର

Advertisment
ଅଷ୍ଟମ ବେତନ ଆୟୋଗ ଗଠନ ପ୍ରସ୍ତାବ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଲାଗି ଅଷ୍ଟମ ବେତନ ଆୟୋଗ ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି। କଂଗ୍ରେସ ସାଂସଦ ଦୀପକ ବାଇଜି ଓ ବିଜେପି ସାଂସଦ ଜନାର୍ଦ୍ଦନ ସିଂ ସିଗ୍ରିୱାଲଙ୍କ ଅଣ ତାରକା ପ୍ରଶ୍ନର ଉତ୍ତରରେ ‌ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ନୂଆ ବେତନ ଆୟୋଗ ଗଠନ କରିବା ସମ୍ପର୍କିତ କୌଣସି ପ୍ରସ୍ତାବ ଉପରେ ସରକାର ବିଚାର କରୁନାହାନ୍ତି।

ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବାରୁ କର୍ମଚାରୀମାନଙ୍କ ବେତନ ବଢ଼ାଇବା ଲାଗି ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଉଛି କି ବୋଲି ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ ମୁଦ୍ରାସ୍ଫୀତିକୁ ନଜରରେ ରଖି କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ) ଦିଆଯାଉଛି। ମହଙ୍ଗା ଭତ୍ତା‌ ହାର ପ୍ରତି ୬ ମାସରେ ସଂଶୋଧନ କରାଯାଉଛି। ଏଥିପାଇଁ ଶ୍ରମ ବ୍ୟୁରୋ ପକ୍ଷରୁ ଶିଳ୍ପ ଶ୍ରମିକଙ୍କ ପାଇଁ ଜାରି କରାଯାଉଥିବା ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚୀକୁ ବିଚାରକୁ ନିଆଯାଉଛି। କେନ୍ଦ୍ର ସରକାରଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ ବେତନ ଢାଞ୍ଚାକୁ ନେଇ ରହିଥିବା ବିଭିନ୍ନ ସମସ୍ୟା, ଅବସରକାଳୀନ ସୁବିଧା ଓ ଅନ୍ୟାନ୍ୟ ସେବା ସର୍ତ୍ତାବଳୀ ପାଇଁ ବେତନ ଆୟୋଗ ଗଠନ କରାଯାଏ। ୨୦୧୮ ଫେବ୍ରୁଆରି ୨୮ରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା। ଭାରତର ପ୍ରଥମ ବେତନ ଆୟୋଗ ୧୯୪୬ ଜାନୁଆରିରେ ଗଠନ କରାଯାଇଥିଲା। ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଅଧୀନରେ ବେତନ ଆୟୋଗ ଗଠନ କରିବା ଲାଗି ସମ୍ବିଧାନରେ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe