ଉପକୂଳ ସୁରକ୍ଷା ମୁଖ୍ୟାଳୟ ପ୍ରତିଷ୍ଠା ବ୍ୟବସ୍ଥା ନାହିଁ

Advertisment
ଉପକୂଳ ସୁରକ୍ଷା ମୁଖ୍ୟାଳୟ ପ୍ରତିଷ୍ଠା ବ୍ୟବସ୍ଥା ନାହିଁ

Hindustan Times

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟର ଉପକୂଳ ସୁରକ୍ଷା ଯୋଜନା ଅନ୍ତର୍ଗତ ଓଡ଼ିଶା ସମେତ ଉପକୂଳ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଉପକୂଳ ସୁରକ୍ଷା ମୁଖ୍ୟାଳୟ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ନାହିଁ। ଭୁବନେଶ୍ୱରରେ ଉପକୂଳ ସୁରକ୍ଷା ମୁଖ୍ୟାଳୟ ପ୍ରତିଷ୍ଠା କରାଯିବାକୁ ନେଇ ବ୍ୟବସ୍ଥା କରାଯାଇ ପାରିବ କି ବୋଲି ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କର ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ।

ଏଫ୍‌ସିଆରଏ (ସଂଶୋଧନ) ବିଲ୍‌କୁ ବିଜେଡିର ସମର୍ଥନ
ଲୋକସଭାରେ ଆଜି ବିଜେଡି ଏଫ୍‌ସିଆରଏ (ସଂଶୋଧନ) ବିଲ୍-୨୦୨୦କୁ ସମର୍ଥନ ଜଣାଇଛି। ସାଂସଦ ଭର୍ତ୍ତୃହରି ମହତାବ ଆଲୋଚନା ଭାଗନେଇ ବିଲ୍‌କୁ ସମର୍ଥନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe