ମୁହଁରେ ପରଦା ନଥିବାରୁ ଭାରତରେ ଦୁଷ୍କର୍ମ ବଢ଼ୁଛି; ହିଜାବକୁ ସମର୍ଥନ କରି ଏଭଳି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା

ମୁହଁରେ ପରଦା ନଥିବାରୁ ଭାରତରେ ଦୁଷ୍କର୍ମ ବଢ଼ୁଛି; ହିଜାବକୁ ସମର୍ଥନ କରି ଏଭଳି ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଣ୍ଡ ଟେକିଥିବା ହିଜାବ ବିବାଦକୁ ସମର୍ଥନ କରି ଏବେ ବିବାଦରେ କଂଗ୍ରେସ ନେତା ଜମିର ଅହମ୍ମଦ। ହିଜାବକୁ ସମର୍ଥନ କରିବାକୁ ଯାଇ ସେ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ। ମୁହଁରେ ପରଦା ନଥିବାରୁ ଭାରତରେ ଦୁଷ୍କର୍ମ ବଢ଼ୁଛି ବୋଲି କହି ଏବେ ବିବାଦୀୟ ହୋଇପଡ଼ିଛନ୍ତି ଜମିର।

ନିଉଜ ଏଜେନ୍ସି ଏଏନଆଇ ସେୟାର କରିଥିବା ଭିଡିଓରେ ଜମିର ଅହମ୍ମଦ କହୁଛନ୍ତି ଯେ, ହିଜାବର କାମ ହେଉଛି ଝିଅମାନଙ୍କୁ ସୁରକ୍ଷିତ ରଖିବା। ଯେତେବେଳେ ସେମାନେ ବଡ଼ ହୁଅନ୍ତି, ସେମାନଙ୍କର ସୌନ୍ଦର୍ଯ୍ୟ ବଢ଼ିଥାଏ। ଏ‌ହାକୁ ଲୁଚାଇବା ପାଇଁ ହିଜାବ ବା ପରଦା ଜରୁରୀ। ସେମାନଙ୍କର ସୌନ୍ଦର୍ଯ୍ୟ କେହି ଦେଖିବା ଉଚିତ୍ ନୁହେଁ। ମୋ ହିସାବରେ ବିଶ୍ବରେ ଭାରତ ହେଉଛି ଏମିତି ଏକ ଦେଶ ଯେଉଁଁଠି ଦୁଷ୍କର୍ମ ସଂଖ୍ୟା ଅଧିକ ରହିଛି।  ଏହାର କାରଣ ହେଉଛି ଏଠି ମହିଳାମାନଙ୍କ ମୁହଁରେ ପରଦା ନାହିଁ।

ଏହା ପୂର୍ବରୁ ହିଜାବକୁ ସମର୍ଥନ କରିଥିଲେ  ‘ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍‌ ମୁସ୍‌ଲିମିନ୍‌’ର ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସୀ। ହିଜାବ୍‌ ପିନ୍ଧୁଥିବା ଝିଅମାନେ କଲେଜ୍‌ ଯିବେ, ଜିଲ୍ଲାପାଳ, ମାଜିଷ୍ଟ୍ରେଟ୍‌, ଡାକ୍ତର, ବ୍ୟବସାୟୀ ଆଦି ହେବେ। ଏସବୁ ଦେଖିବାକୁ ମୁଁ ବଞ୍ଚି ନ ଥିବି କିନ୍ତୁ, ମୋ କଥା ମନେରଖନ୍ତୁ। ଦିନେ ହିଜାବ୍‌ ପରିହିତା ଝିଅ ପ୍ରଧାନମନ୍ତ୍ରୀ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe