ଧାରା ୩୭୦କୁ ଆଉ ଫେରିବାକୁ ଦେବୁ ନାହିଁ : ଅମିତ ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି କରିଛନ୍ତି। ଏଥିରେ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରତଶ୍ରୁତି ପ୍ରଦାନ କରାଯାଇଛି । ଏହା ସହିତ ଧାରା ୩୭୦ ଆଉ ଫେରିବନି ବୋଲି ସେ କହିଛନ୍ତି ।

amit saha

ଜମ୍ମୁ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି କରିଛନ୍ତି। ଏଥିରେ ଜମ୍ମୁ ଓ କଶ୍ମୀର ଲୋକମାନଙ୍କ ପାଇଁ ଅନେକ ପ୍ରକାରର ପ୍ରତଶ୍ରୁତି ପ୍ରଦାନ କରାଯାଇଛି । ପ୍ରତି ପରିବାରର ବରିଷ୍ଠ ମହିଳାଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ଦିଆଯିବ । ଏହା ସହିତ ମହିଳା ଏସଏଚଜି ମାନଙ୍କୁ ସହଜ ଋଣ ପ୍ରଦାନ କରାଯିବ । ୫ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରାଯିବ । ଜମ୍ମୁ ଓ କଶ୍ମୀରରେ ଶିଳ୍ପାୟନକୁ ତ୍ବରାନ୍ବିତ କରାଯିବ ।

ଏହି ସମୟରେ ସେ ନ୍ୟାସନାଲ କନଫରେନ୍ସର ଇସ୍ତାହାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଛନ୍ତି, " ଧାରା ୩୭୦ ଲାଗୁ ନେଇ ନ୍ୟାସନାଲ କନଫରେନ୍ସ ନିଜ ଇସ୍ତାହାରରେ ଘୋଷଣା କରିଛି । କଂଗ୍ରେସ ଏ ନେଇ ନୀରବ ରହିଛି । କିନ୍ତୁ ଧାରା ୩୭୦ ଏବେ ଇତିହାସ ପାଲଟିଛି, ଏହା କେବେ ବି ଫେରିପାରିବ ନାହିଁ ଏବଂ ଆମେ ଏପରି କରାଇଦେବୁ ନାହିଁ । "

ଧାରା ୩୭୦ ଲାଗୁ ନେଇ ନ୍ୟାସନାଲ କନଫରେନ୍ସ ନିଜ ଇସ୍ତାହାରରେ ଘୋଷଣା କରିଛି । କଂଗ୍ରେସ ଏ ନେଇ ନୀରବ ରହିଛି । କିନ୍ତୁ ଧାରା ୩୭୦ ଏବେ ଇତିହାସ ପାଲଟିଛି, ଏହା କେବେ ବି ଫେରିପାରିବ ନାହିଁ ଏବଂ ଆମେ ଏପରି କରାଇଦେବୁ ନାହିଁ : ଅମିତ ଶାହା


ଶାହ କହିଛନ୍ତି ଯେ ଧାରା ୩୭୦ ହେଉଛି ଏକ ଲିଙ୍କ୍ ଯାହା ଯୁବପିଢ଼ିଙ୍କୁ ବିକାଶ ପରିବର୍ତ୍ତେ ଆତଙ୍କବାଦ ଆଡ଼କୁ ଠେଲି ଦେଉଥିଲା। ଜମ୍ମୁ-କଶ୍ମୀରରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ସଂରକ୍ଷଣ ଜରୁରୀ ଥିଲା। ମୁଁ ଓମାର ଅବଦୁଲ୍ଲାଙ୍କୁ କହିବାକୁ ଚାହୁଁଛି ଯେ ଆମେ ଆପଣଙ୍କୁ ଗୁଜ୍ଜର ବକରୱାଲଙ୍କ ସଂରକ୍ଷଣକୁ ଛୁଇଁବାକୁ ଦେବୁ ନାହିଁ । କାଶ୍ମୀରରେ ବୋମାର ଛାୟା, ମେସିନ୍ ଗନ୍ ର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା ଏବେ ଇତିହାସ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe