Advertisment

ପରମାଣୁ ଅସ୍ତ୍ରଭଣ୍ଡାରରୁ ବିକିରଣ ହୋଇନାହିଁ: ଆଇଏଇଏ

Advertisment

ପାକିସ୍ତାନର ସାରଗୋଦା ଜିଲ୍ଲାରେ ଅବସ୍ଥିତ କିରାନା ହିଲ୍ସ ତଥା ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ ଭାରତ ଆକ୍ରମଣ କରିଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ମଧ୍ୟ ପ୍ରସାରିତ ହୋଇଛି।

ପାକିସ୍ତାନର ସାରଗୋଦା ଜିଲ୍ଲାରେ ଅବସ୍ଥିତ କିରାନା ହିଲ୍ସ ତଥା ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ ଭାରତ ଆକ୍ରମଣ କରିଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ମଧ୍ୟ ପ୍ରସାରିତ ହୋଇଛି।

fssfxcxc

ନୂଆଦିଲ୍ଲୀ: ପାକିସ୍ତାନର ସାରଗୋଦା ଜିଲ୍ଲାରେ ଅବସ୍ଥିତ କିରାନା ହିଲ୍ସ ତଥା ପରମାଣୁ ଅସ୍ତ୍ର ଭଣ୍ଡାର ଉପରେ ଭାରତ ଆକ୍ରମଣ କରିଛି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ମଧ୍ୟ ପ୍ରସାରିତ ହୋଇଛି। ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରରୁ ବିକିରଣ  ହୋଇଥିବା ଦାବି ମଧ୍ୟ ହୋଇଛି। ତେବେ ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାନ) ସ୍ପଷ୍ଟ କରିଛି ଯେ ପାକିସ୍ତାନରେ କୌଣସି ବି ପରମାଣୁ ଅସ୍ତ୍ର ଭଣ୍ଡାରରୁ ବିକିରଣ ହୋଇନାହିଁ।  ପାକିସ୍ତାନର କିରାନା ହିଲ୍ସରେ ପରମାଣୁ ଅସ୍ତ୍ରଭଣ୍ଡାର ରହିଛି।  

ଏହା ଉପରେ ଭାରତ ଆକ୍ରମଣ କରିଥିଲା ବୋଲି ଅଭିଯୋଗ ହୋଇଥିଲା।  ବୈଶ୍ବିକ ଆଣବିକ ୱାଚ୍‌ଡଗ୍‌ର ମୁଖପାତ୍ର ଫ୍ରେଦିକ ଦହଲ କହିଛନ୍ତି,  ଆଇଏଇଏରେ ଉପଲବ୍ଧ ଥିବା ସୂନଚାନୁଯାୟୀ ପାକିସ୍ତାନରେ କୌଣସି ପରମାଣୁ ଅସ୍ତ୍ର ଭଣ୍ଡାରରୁ ରେଡିଏସନ ଲିକ୍‌ ହୋଇନାହିଁ।  ତେବେ ପୂର୍ବରୁ ଉଭୟ ଭାରତ ଏବଂ ପାକିସ୍ତାନ କିରାନା ହିଲ୍ସରେ ପରମାଣୁ ଅସ୍ତ୍ର ଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।  ଉଲ୍ଲେଖଯୋଗ୍ୟ,  ଭାରତୀୟ ସେନାର ‘ଅପରେସନ୍‌ ସିନ୍ଦୂର’ର ଜବାବ ଦେଇ ପାକିସ୍ତାନ ଭାରତରେ ଅନେକ ସାମରିକ ପ୍ରତିଷ୍ଠାନ ଏବଂ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଆକ୍ରମଣ କରିଥିଲା। ଏହାର ଜବାବ ଦେଇ ଭାରତ ପାକିସ୍ତାନ‌‌ରେ ଥିବା ୧୧ଟି ବାୟୁସେନା ଘାଟି ଉପରେ ଭାରତୀୟ ସେନା ଆକ୍ରମଣ କରିଥିଲା। ଏଥିରେ ସାରଗୋଦା ବାୟୁସେନା ଘାଟି ମଧ୍ୟ ଥିଲା।  

ତେବେ କିରାନା ହିଲ୍ସ ଉପ‌ରେ ଭାରତ ଆକ୍ରମଣ କରିଛି କି ନା’   ପ୍ରଶ୍ନର ଉତ୍ତର ଦେଇ ଭାରତର ବାୟୁ ଅପରେସନ୍‌ର ମହାନିର୍ଦ୍ଦେଶକ  ଏକେ ଭାରତୀ କହିଛନ୍ତି, ପାକିସ୍ତାନ ଏହାର ପରମାଣୁ ଅସ୍ତ୍ର କିରାନା ହିଲ୍ସରେ ଗଚ୍ଛିତ କରି ରଖିଥିବା ଖବର ଆମକୁ ଜଣାନାହିଁ। ତେବେ ସେଠାରେ ଯାହା ବି ଥାଉ  ଆମେ କିରାନା ହିଲ୍ସରେ ଆକ୍ରମଣ କରିନାହୁଁ ବୋଲି ସେ କହିଥିଲେ।  ଉଲ୍ଲେଖଯୋଗ୍ୟ,  କିରାନା ହିଲ୍ସ ଆଖପାଖ ଅଞ୍ଚଳରୁ ପାକିସ୍ତାନ ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିବାରୁ ଭାରତ କିରାନା ହିଲ୍ସରେ ଆକ୍ରମଣ କରିଥିବା ‌ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର ଧରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe