ଡେରାଡୁନ: ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିର କମ୍ପ୍ଲେକ୍ସଠାରୁ ୫୦ ମିଟର ଦୂରରେ ରିଲସ ତିଆରି ଉପରେ ଉତ୍ତରାଖଣ୍ଡ ସରକାର ନିଷେଧାଦେଶ ଜାରି କରିଛନ୍ତି। ନିଷେଧାଦେଶ ସତ୍ତ୍ୱେ କେଦାରନାଥ ମନ୍ଦିର ବାହାରେ ରିଲସ କରିବାକୁ କିଛି ଯୁବପିଢ଼ି ପଛାଉନାହାନ୍ତି | ଆଉ ବାରମ୍ବାର ମନା କରିବା ସତ୍ତ୍ୱେ ଯୁବପିଢ଼ି ନ ମାନିବାରୁ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି | କିଛିଦିନ ତଳେ ପୁଲିସ ୧୭୦ ଜଣଙ୍କ ମୋବାଇଲ୍ ଫୋନ୍ ଜବତ କରିଥିବାବେଳେ ଆଜି ପୁଲିସ ଭକ୍ତଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରି ଜରିମାନା ଭାବେ ୭୫୨୫୦ ଟଙ୍କା ଜବତ କରିଥିଲା। ଏଥିସହ ମନ୍ଦିରକୁ ଯାଉଥିବା ରାସ୍ତା କଡରେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫୨୦୦ ଟଙ୍କା ଜରିମାନା ଆଦାୟ କରିଛି । ଅପରେସନ୍ ମର୍ଯ୍ୟାଦା ଅଧୀନରେ ପୁଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି |
ବାବା କେଦାରନାଥ ମନ୍ଦିର କମ୍ପ୍ଲେକ୍ସର ୫୦ ମିଟର ମଧ୍ୟରେ ରିଲ ତିଆରି କରିବାକୁ ରାଜ୍ୟ ସରକାର ବାରଣ କରିଥିଲେ। ସରକାରଙ୍କ ନିଷେଧାଦେଶ ପରେ ମଧ୍ୟ କିଛି ଭକ୍ତ ରିଲ ତିଆରି କରୁଥିଲେ, ଅପରେସନ୍ ମର୍ଯ୍ୟାଦା ଅଧୀନରେ ପୁଲିସ ୨୭୦ ଭକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ​​ଏବଂ ୧୨୦ ଜଣଙ୍କଠାରୁ ୭୫୨୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା | ସେହିପରି ଏହି ଅପରେସନ୍ ଅଧୀନରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ୩୧ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ବିଭାଗ ଅଧୀନରେ ମାମଲା ରୁଜୁ କରିଥିଲା।
Follow Us