ଅର୍ଣ୍ଣବଙ୍କୁ ମିଳିଲା ନାହିଁ ଆଶ୍ବସ୍ତି, ବମ୍ବେ ହାଇକୋର୍ଟ ଆସନ୍ତାକାଲି ଅପରାହ୍ଣରେ କରିବେ ଜାମିନ ଆବେଦନର ଶୁଣାଣି

ସୁପ୍ରିମ୍‌କୋର୍ଟରୁ ଅର୍ଣ୍ଣବ ଗୋସ୍ବାମୀ ମାମଲା ପ୍ରତ୍ୟାହାର କଲେ ସିନ୍ଦେ ସରକାର

groundreport

ମୁମ୍ବାଇ: ବୁଧବାର ମୁମ୍ବାଇ ପୁଲିସ ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ମୁଖ୍ୟ-ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନର ଶୁଣାଣିକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଆଜି ଅପରାହ୍ଣ ୩ଟାରେ ଅର୍ଣ୍ଣବଙ୍କ ପକ୍ଷରୁ ଗିରଫଦାରୀକୁ ଚ୍ୟାଲେଞ୍ଜ କରି କରାଯାଇଥିବା ‘ହେବି୍ଅସ୍ କର୍ପସ୍’ ମାମଲା ଓ ଜାମିନ ଆବେଦନ ହାଇକୋର୍ଟଙ୍କ ଏକ ଡିଭିଜନ ବେଞ୍ଚରେ ହୋଇଥିଲା। ମାତ୍ର ବେଞ୍ଚ ଏହି ମାମଲାରେ ଆତ୍ମହତ୍ୟା କରିଥିବା ମୁମ୍ବାଇର ଇଣ୍ଟେରିଅର ଡିଜାଇନର ଅନଭୟ ନାଏକଙ୍କ ବିଧବା ପତ୍ନୀଙ୍କୁ ପକ୍ଷଭୁକ୍ତ କରିବା ସହ ତାଙ୍କ ମତାମତ ଜାଣିବା ଲାଗି ଆସନ୍ତାକାଲି ୩ଟା ବେଳେ ଶୁଣାଣି କରିବାକୁ କହିଛନ୍ତି।  ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗରେ ଅର୍ଣ୍ଣବ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଛି।

ଗୋସ୍ୱାମୀଙ୍କୁ ବୁଧବାର ସକାଳେ ଆଲିବାଗ ପୁଲିସ ଗିରଫ କରି ଆଲିବାଗରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇ ନଭେମ୍ବର ୧୮ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ନେଇଥିଲା। ପ୍ରଥମେ ମାଜିଷ୍ଟ୍ରେଟଙ୍କ ନିକଟରେ ଜାମିନ ଆବେଦନ କରିଥିବା ଅର୍ଣ୍ଣବ ଗୁରୁବାର ଦିନ ତାଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରି ତୁରନ୍ତ ହାଇକୋର୍ଟରେ ଆବେଦନ କରି ତାଙ୍କର ଗିରଫଦାରୀ ସଂପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଥିଲେ।

ଅର୍ଣ୍ଣବଙ୍କ ଓକିଲ ବରିଷ୍ଠ ଆଡଭୋକେଟ୍ ଆବାଦ୍ ପୋଣ୍ଡା ପକ୍ଷ ରଖି କହିଥିଲେ ଯେ ଏହି ମାମଲା ୨୦୧୮ରେ ଏକ  ଅଦାଲତଙ୍କ ଆଦେଶରେ ବନ୍ଦ ହୋଇଯାଇଥିଲା ଏବଂ କୋର୍ଟଙ୍କ ଆଦେଶ ବିନା ଏହାର ପୁନଃଅନୁସନ୍ଧାନ ଆରମ୍ଭ କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏଥିଲାଗି ଅଦାଲତଙ୍କ ଅନୁମତି ଜରୁରି। ସୁପ୍ରିମ କୋର୍ଟଙ୍କ ଏକ ରାୟକୁ ଦର୍ଶାଇ ସେ ଯୁକ୍ତି ରଖିଥିଲେ କି “ମୃତ ମାମଲା” ରେ ଗୋସ୍ୱାମୀଙ୍କୁ ଗିରଫ କରିବା ସମ୍ପୂର୍ଣ୍ଣ ବେଆଇନ । ରିପବ୍ଲିକ୍ ମୁଖ୍ୟସମ୍ପାଦକଙ୍କୁ ତୁରନ୍ତ ମୁକ୍ତ କରିବାକୁ ପୋଣ୍ଡା କୋର୍ଟଙ୍କୁ ଅନୁରୋଧ କରିଥିଲେ ଓ ଏ ମାମଲାରେ ହାଇକୋର୍ଟଙ୍କର ପୂର୍ଣ୍ଣ କ୍ଷମତା ଅଛି ଏବଂ ରାଜ୍ୟ ଦ୍ୱାରା ଅନ୍ୟାୟର ଶିକାର ହୋଇଥିବା ନାଗରିକଙ୍କୁ ନ୍ୟାୟ ଦେବାକୁ ପ୍ରାର୍ଥନା କରିଥିଲେ।

ମାତ୍ର ଜଷ୍ଟିସ୍ ଏସ୍ ଏସ୍ ସିନ୍ଦେ ଏବଂ ଜଷ୍ଟିସ୍ ଏମ୍.ଏସ୍.କର୍ନିକଙ୍କୁ ନେଇ ଗଠିତ ଖଣ୍ଡପୀଠ ତୁରନ୍ତ ଜାମିନ ଦେବାକୁ ମନା କରିବା ସହ ଆତ୍ମହତ୍ୟା କରିଥିବା ଅନଭୟ ନାଏକଙ୍କ ପତ୍ନୀଙ୍କୁ ପକ୍ଷଭୁକ୍ତ କରିଥିଲେ। ତାଙ୍କର ମତ ଶୁଣିବା ପରେ ମାମଲାର ରାୟ ଦିଆଯିବ ବୋଲି ଖଣ୍ଡପୀଠ ମତ ରଖିଥିଲେ। ଆସନ୍ତାକାଲି ହେଉଛି ଦୀପାବଳୀ ଛୁଟିର ଶେଷ କର୍ମଦିବସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe