ସୁମିରେ ଫସିଥିବା ଭାରତୀୟଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇପାରିନାହିଁ ସୁରକ୍ଷିତ କରିଡର: ଭାରତ

Advertisment
ସୁମିରେ ଫସିଥିବା ଭାରତୀୟଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇପାରିନାହିଁ ସୁରକ୍ଷିତ କରିଡର: ଭାରତ

photo-the hindu

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୩ ଦିନ ପୁରିଥିବାବେଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ତେବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ୟୁକ୍ରେନ ଉପରେ ହୋଇଥିବା ଆଲୋଚନାରେ ଆଜି ଭାରତ ପକ୍ଷ ରଖିଛି | ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଭାରତର ସ୍ଥାୟୀ ପ୍ରତିନିଧୀ ଟି.ଏସ୍ ତିରୁମୁର୍ତ୍ତୀ କହିଛନ୍ତି ଯେ ୟୁକ୍ରେନର ସମସ୍ତ ନିରୀହ ନାଗରିକ, ଭାରତୀୟ ନାଗରିକଙ୍କ ପାଇଁ ସୁରକ୍ଷିତ କରିଡର କରିବାକୁ ଭାରତ ଦାବି କରିଛି।

ତେବେ ଉଭୟ ପକ୍ଷଙ୍କୁ ଆମର ଅନୁରୋଧ ସତ୍ତ୍ୱେ ସୁମିରେ ଫସି ରହିଥିବା ଆମର ଛାତ୍ରମାନଙ୍କ ପାଇଁ ଏକ ନିରାପଦ କରିଡର ନିର୍ମାଣ ହୋଇପାରିନାହିଁ। ସେ କହିଛନ୍ତି ଯେ ୟୁକ୍ରେନରୁ ୨୦ ହଜାରରୁ ଅଧିକ ଭାରତୀୟଙ୍କୁ ଭାରତକୁ ଫେରାଇଅଣାଯାଇଛି | ଆମେ ଅନ୍ୟ ଦେଶର ନାଗରିକମାନଙ୍କୁ ନିଜ ନିଜ ଦେଶକୁ ଫେରିବାରେ ସାହାଯ୍ୟ କରିଛୁ |

ସୂଚନା ଥାଉ କି ଋଷ ଗତକାଲି ୟୁକ୍ରେନ୍‌ ରାଜଧାନୀ କିଭରେ ପ୍ରଥମ ଥର ପାଇଁ ଯୁଦ୍ଧବିରତି ଘୋଷଣା କରିଛି। କିବ୍‌ ସମେତ ଅନ୍ୟ ୩ଟି ସହର ମରିପଲ, ଖାରକିଭ ଏବଂ ସୁମିରେ ମଧ୍ୟ ରୁଷ୍‌ ଯୁଦ୍ଧବିରତି ଘୋଷଣା ହୋଇଛି। ଉକ୍ତ ୪ ସହରରୁ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଋଷ ଯୁଦ୍ଧବିରତି ଘୋ‌ଷଣା କରିଥିଲା । ମସ୍କୋ ସମୟ ସକାଳ ୧୦ଟାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ୩ଟି ସହରରୁ ମାନବୀୟ କରିଡର ଖୋଲିବାକୁ ରୁଷ୍‌ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe