ପାକିସ୍ତାନୀ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ ଥରଲାଗି ଦୂତାବାସ ସହାୟତା ପ୍ରଦାନ ପାଇଁ ମନା କଲା ପାକିସ୍ତାନ

Advertisment
ଯାଦବ ମାମଲାରେ ଆଇନର ବାଟ ବନ୍ଦ କରିଛି ପାକିସ୍ତାନ

image source--india today

ନୂଆଦିଲ୍ଲୀ : ପାକିସ୍ତାନୀ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଦ୍ବିତୀୟ ଥରଲାଗି କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ପାଇଁ ପାକିସ୍ତାନ ସରକାର ରୋକଠୋକ ମନା କରିଛନ୍ତି। ଆଜି ଏକଥା କହିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ୍।ସେ ଏକ ପ୍ରେସ୍ ନୋଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ଥରଲାଗି କୁଳଭୂଷଣ ଯାଦବଙ୍କୁ ସର୍ତ୍ତମୂଳକ କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ପାଇଁ ରାଜି ହୋଇଥିଲା।ତାପରେ ଭାରତୀୟ କୂଟନୀତିଜ୍ଞ ଗୌରବ ଆହଲୁୱାଲିଆ ମାତ୍ର ଘଣ୍ଟାକଲାଗି ଜେଲରେ କୁଳଭୂଷଣ ଯାଦବଙ୍କୁ ଭେଟିଥିଲେ।

ସୂଚନାଯୋଗ୍ୟ,ପାକିସ୍ତାନୀ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁକନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ଲାଗି ଭାରତ ପୂର୍ବରୁ ୧୬ ଥର ଆବେଦନ କରିଥିଲା । ଶେଷ ଥର ପାଇଁ ଏପ୍ରିଲ ୨୦୧୭ରେ ଆବେଦନ କରାଯାଇଥିଲା । କିନ୍ତୁ ପାକିସ୍ତାନ କେବେ ମଧ୍ୟ କନସୁଲାର ଆକସେସ ଦେଇନଥିଲା । ଗତ ଜୁଲାଇ ୧୭ରେ ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ କରିବା ସହ ତାଙ୍କୁ କନସୁଲାର ଆକସେସ ପ୍ରଦାନ ପାଇଁ ଇସଲାମାବାଦକୁ ନିର୍ଦ୍ଦେଶ ଦେବା ପରେ ତାହା ମାନିବାକୁ ପାକିସ୍ତାନ ରାଜି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe