The Financial Express
ଜୟପୁର (ରାଜସ୍ଥାନ): କରୋନା ଭାଇରସ୍ ସଙ୍କଟ ସହ ସାରା ବିଶ୍ୱ ଏବେ ମୁକାବିଲା କରୁଥିବାବେଳେ ରାଜସ୍ଥାନର କୋଟା ଜିଲ୍ଲାର ପ୍ରଶାସନ ପାଇଁ ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଫଟୋ ସମସ୍ୟାର ବିଷୟ ପାଲଟିଛି। ବର୍ତ୍ତମାନ ଲକଡାଉନ ପାଇଁ ସମଗ୍ର ଦେଶରେ ଲୋକମାନେ ଘରେ ରହୁଥିବା ବେଳେ କିଛି ଲୋକ ଏହି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାର ଫଟୋ ସେୟାର କରୁଥିବା ଦେଖାଯାଉଛି |
କୋଟା ଜିଲ୍ଲା ପ୍ରଶାସନ ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରୁଥିବାବେଳେ 'ସେଲଫି' ନେଉଥିବା ଲୋକଙ୍କୁ ଅଟକାଇଛି। ଏହା ପରିବର୍ତ୍ତେ, ସେମାନଙ୍କୁ ସାମାଜିକ ଦୂରତା ଅଭ୍ୟାସ କରିବାକୁ କହିଛି | କୋଟାରେ ୧୦ଟି କରୋ ନାଭାଇରସ୍ ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇଛନ୍ତି | ଏହା ସହ ବର୍ତ୍ତମାନ ଜିଲ୍ଲାପାଳ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସମୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିବା ସହ 'ସେଲଫି' ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇଛନ୍ତି।
ଜିଲ୍ଲାପାଳ ଓମପ୍ରକାଶ କାସେରା କହିଛନ୍ତି ଯେ, ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିବା ସମୟରେ ସାମାଜିକ ଦୂରତା ଅଭ୍ୟାସ କରାଯାଉ ବୋଲି ଆମେ ସମସ୍ତ ସବଡିଭିଜନ୍ ଅଧିକାରୀଙ୍କୁ କହିଛୁ। ଯେଉଁମାନେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ଅନୁଯାୟୀ ନିର୍ଦ୍ଦେଶନାମାକୁ ଖଣ୍ଡନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାସେରା ସବଡିଭିଜନ୍ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହ 'ଯେଉଁ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି, ସେଠାରେ ପୁଲିସ ଫୋର୍ସ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଉଚିତ୍। ଏଥିସହ ଯେଉଁମାନେ ଅଭାବୀ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରୁଛନ୍ତି ସେମାନଙ୍କୁ କର୍ଫ୍ୟୁ ଅଞ୍ଚଳରେ ପୁଲିସ ସହାୟତାରେ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରିବାକୁ ପଡିବ ବୋଲି ଜିଲ୍ଲା ଅଧିକାରୀଙ୍କ ଏକ ବୈଠକରେ ଗୃହ ଓ ନଗର ମନ୍ତ୍ରଣାଳୟର ମନ୍ତ୍ରୀ ଶାନ୍ତି ଧରୱାଲ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁଯାୟୀ, କୋଟାରେ ଲକଡାଉନ ଆରମ୍ଭ ହେବା ମାତ୍ରେ ଅନେକ ଲୋକ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ୟାକେଟ୍ ଯୋଗାଇବା ଆରମ୍ଭ କରିବା ସହ ସେମାନେ ନିଜର ଉତ୍ତମ କାର୍ଯ୍ୟର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ, ଯାହା ପରେ ସେହି ସବୁ ଫଟୋ ଭାଇରଲ ହେବାରେ ଲାଗିଥିଲା | ଏହି ସମୟରେ, କୋଭିଡ-୧୯ ସଙ୍କଟର ମୁକାବିଲା ପାଇଁ ଭିଲୱାରା ମଡେଲକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସମସ୍ତ ଜିଲ୍ଲାକୁ କହିଛନ୍ତି ଏବଂ କୋଟା ମଧ୍ୟ ଏହାକୁ ଶୀଘ୍ର ସ୍ଥାନିତ କରିବାକୁ ଚାପଗ୍ରସ୍ତ ହୋଇଛି, ନଚେତ୍ ଏହା ଜୟପୁର ପରେ ରାଜ୍ୟରେ ନୂଆ ହଟସ୍ପଟ୍ ହୋଇପାରେ | ଜୟପୁରରେ ବର୍ତ୍ତମାନ ୧୧୮ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି |
  
 Follow Us