ଅବିବାହିତ ହୋଇ ଶାରୀରିକ ସମ୍ପର୍କ ରଖିଲେ ଯିବାକୁ ପଡ଼ିବ ଜେଲ୍ !

Advertisment
ଅବିବାହିତ ହୋଇ ଶାରୀରିକ ସମ୍ପର୍କ ରଖିଲେ ଯିବାକୁ ପଡ଼ିବ ଜେଲ୍ !

ନୂଆଦିଲ୍ଲୀ: ଅବିବାହିତ ଥିଲେ ଏବେ ଆପଣ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ। ଯଦି ଆପଣ ଅବିବାହିତ ହୋଇ ଶାରୀରିକ ସମ୍ପର୍କ ରଖୁଥିବାର ଧରାପଡ଼ନ୍ତି, ତେବେ ଆପଣଙ୍କୁ ଗିରଫ କରିବ ପୁଲିସ। ଏଭଳି ଅଜବ ନିୟମ ଭାରତରେ ନୁହେଁ ବରଂ କତାରରେ ଲାଗୁ କରାଯାଇଛି। କତାରରେ ହେବାକୁ ଥିବା ଫିଫା ବିଶ୍ବକପ ଦେଖିବା ପାଇଁ ଆସିବାକୁ ଥିବା ପ୍ରଶଂସକଙ୍କ ଉପରେ ଏହି ନିୟମ ଲାଗୁ କରାଯାଇଛି।

ଦେଖିବାକୁ ଗଲେ କତାରରେ ଶାରୀରିକ ସମ୍ପର୍କ ରଖିବା ଉପରେ କଡା ନିୟମ ତିଆରି କରାଯାଇଛି। ସ୍ୱାମୀ କିମ୍ବା ସ୍ତ୍ରୀ ବ୍ୟତୀତ ଅନ୍ୟ କାହା ସହିତ ସହମତି ସହ ଶାରୀରିକ ସମ୍ପର୍କ ମଧ୍ୟ ବେଆଇନ ଏବଂ ଏଥିପାଇଁ କଠୋର ଦଣ୍ଡର ବ୍ୟବସ୍ଥା ଅଛି। ତେଣୁ, ଯଦି କତାରକୁ ଆସୁଥିବା ଅବିବାହିତ ଯୁବକ-ଯୁବତୀ କାହା ସହିତ ଶାରୀରିକ ସମ୍ପର୍କ ରଖନ୍ତି, ତେବେ ପୁଲିସ ସେମାନଙ୍କୁ ଗିରଫ କରିବ। ସମଲିଙ୍ଗୀ ସମ୍ପର୍କ ରଖୁଥିବା ଦମ୍ପତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯିବ। ଏହି ନିୟମ ଭାଙ୍ଗିଲେ ୭ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

ଚଳିତ ବର୍ଷର ଫୁଟବଲ ବିଶ୍ୱକପ୍‌ରେ 'ୱାନ ନାଇଟ ଷ୍ଟାଣ୍ଡ'କୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ ବୋଲି କତାର ଏଠାକୁ ଆସୁଥିବା ଫୁଟବଲ ପ୍ରଶଂସକଙ୍କୁ ଚେତାବନୀ ଦେଇଛି। ଯଦି ଏଥିରେ କେହି ଲିପ୍ତ ଥିବାର ଜଣାପଡ଼େ, ତେବେ ସେମାନଙ୍କୁ ସାତ ବର୍ଷ ପାଇଁ ଜେଲ ଯିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe