ଉତ୍ତେଜନା ହ୍ରାସ ନା ଚାଲ୍‌: ଏଲ୍‌ଏସିରେ ଅଚାନକ ସୈନ୍ୟ କମାଇଲା ଚୀନ୍‌, ସ୍ଥିତି ଅନୁଧ୍ୟାନ କରୁଛି ଭାରତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଗୁଳି ବିନିମୟ ଓ ଉତ୍ତେଜନା ଲାଗି ରହିଥିବା ବେଳେ ତେଣେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୈନ୍ୟ ଉପସ୍ଥିତି ହ୍ରାସ କରିଛି ଚୀନ୍।

Chinese army remains in the LAC

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଗୁଳି ବିନିମୟ ଓ ଉତ୍ତେଜନା ଲାଗି ରହିଥିବା ବେଳେ ତେଣେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୈନ୍ୟ ଉପସ୍ଥିତି ହ୍ରାସ କରିଛି ଚୀନ୍। ଭାରତ-ଚୀନ୍ ସୀମା ବ୍ୟାପାର ଉପରେ ପୂର୍ବରୁ ଭାରତର ପରାମର୍ଶ ଗ୍ରହଣ କରୁନଥିବା ଚୀନ୍‌  ଏଲ୍‌ଏସିରୁ ଏବେ ସୈନ୍ୟ ପ୍ରତ୍ୟାହାର ଜାରି ରଖିଛି।  ଏହା ଉତ୍ତେଜନା ହ୍ରାସ କରିବାର ପ୍ରକୃତ ଇଚ୍ଛା ନା ସାମ୍ପ୍ରତିକ ପରିସ୍ଥିତି ଓ ପାଣିପାଗ କାରଣରୁ ଏହା ହୋଇଛି ତାହା ଭା‌ରତ ଅନୁଧ୍ୟାନ କରୁଛି। ଉଚ୍ଚପଦସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପିଏଲ୍‌ଏ ଏହି ସମୟରେ ବଡ଼ ସମସ୍ୟା ଚାହୁନାହିଁ।

ଏଲ୍‌ଏସିରେ ପିଏଲ୍‌ଏର ପ୍ରାୟ ୧୫ଟି ମିଳିତ ସଶସ୍ତ୍ର ବ୍ରିଗେଡ୍ ଥିଲା।  ଚୀନ୍‌ ହଠାତ୍‌ ବଡ଼ ୟୁନିଟ୍‌ଗୁଡ଼ିକରୁ ଦ୍ରୁତ ପ୍ରତ୍ୟାହାର ଆରମ୍ଭ କରିଛି। ମିଳିତ ସଶସ୍ତ୍ର ବ୍ରିଗେଡ୍ ହେଉଛି ଏକ ଶକ୍ତିଶାଳୀ ବାହିନୀ, ଯେଉଁଥିରେ ପଦାତିକ, ଆର୍ଟିଲାରି, ଯାନ୍ତ୍ରିକ ବାହିନୀ, ବାୟୁ ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ ଯୁଦ୍ଧ ଉପାଦାନ ଓ ଏପରିକି ହେଲିକପ୍ଟର ମଧ୍ୟ ରହିଛି। ଏହି ବ୍ରିଗେଡ୍‌ରେ ପାଖାପାଖି ୫ ହଜାର ଅଫିସର ଓ ଯବାନ ଥାଆନ୍ତି। ସୂଚନା ଅନୁଯାୟୀ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ୟିଙ୍କ ମଧ୍ୟରେ ସାକ୍ଷାତ ହୋଇଛି ଏବଂ ସେମାନେ ପୁନର୍ବାର ସାକ୍ଷାତ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ଏହାଦ୍ୱାରା ପରିସ୍ଥିତି ସୁଧୁରିପାରେ। ଆଗାମୀ ଦୁଇ ତିନି ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe