ଜୀବନ ହାରିଲେ କାମର ଚାପ ପାଇଁ ୪୫ଦିନ ଯାଏ ଶୋଇନଥିବା ତରୁଣ

ଜୀବନ ହାରିଲେ କାମର ଚାପ ପାଇଁ ୪୫ଦିନ ଯାଏ ଶୋଇନଥିବା ତରୁଣ ସକ୍ସେନା । ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାମ କରୁଥିଲେ ତରୁଣ। ଏବେ ସେ କାମର ଚାପ ପାଇଁ ଜୀବନ ହାରିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
rtwretwet

ଲକ୍ଷ୍ନୌ: ଜୀବନ ହାରିଲେ କାମର ଚାପ ପାଇଁ ୪୫ଦିନ ଯାଏ ଶୋଇନଥିବା ତରୁଣ ସକ୍ସେନା । ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାମ କରୁଥିଲେ ତରୁଣ।  ଆଞ୍ଚଳିକ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ୪୨ବର୍ଷ ବୟସ୍କ ତରୁଣ ଉତ୍ତରପ୍ରଦେଶର ଝାନସିରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତରୁଣ ସକ୍ସେନା ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ତାଙ୍କ ଅଫିସର ବରିଷ୍ଠ କର୍ମଚାରୀମାନେ ଗତ ଦୁଇମାସ ଧରି ଟାର୍ଗେଟ ପୂରଣ କରିବାକୁ ଚାପ ପକାଉଥିଲେ ଏବଂ ଦରମା କାଟିଦିଆଯିବ ବୋଲି ଧମକ ଦେଉଥିଲେ। ତେବେ କମ୍ପାନି ଏପର୍ଯ୍ୟନ୍ତ ଏହି ଅଭିଯୋଗର ଜବାବ ଦେଇନାହିଁ।

ସୂଚନା ମୁତାବକ, ତରୁଣ ନିଜ ମାତାପିତା, ପତ୍ନୀ ମେଘା ଓ ୨ସନ୍ତାନ ଯଥାର୍ଥ ଏବଂ ପିହୁଙ୍କ ସହ ରହୁଥିଲେ। ରବିବାର ସେ ସମସ୍ତଙ୍କୁ ଗୋଟାଏ ରୁମରେ ଚାବି ପକାଇ ରଖିବା ସହ ଅନ୍ୟ ରୁମରେ ଜୀବନ ହାରିଥିଲେ। ସକାଳେ ଘରର ଗୃହ ସହାୟିକା ଆସିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଖବର ଦିଆଯିବା ପରେ ତରୁଣଙ୍କ ଘରେ ପହଞ୍ଚିଥିଲା ପୁଲିସ। ତରୁଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ବେଳେ ରୁମରୁ ଏକ ସୁଇସାଇଡ ନୋଟ ମିଳିଥିଲା।

ସୁଇସାଇଡ ନୋଟରେ ତରୁଣ ଲେଖିଥିଲେ ଯେ, "ଋଣ ନେଇଥିବା ଲୋକଙ୍କଠାରୁ ଟଙ୍କା ଆଣିବା ପାଇଁ ମୋତେ ଟାର୍ଗେଟ ଦିଆଯାଇଥିଲା। ଅନେକ ଚେଷ୍ଟା ପରେ ବି ଟାର୍ଗେଟ ପୂରଣ ନକରିପାରିବାରୁ ମୋ ବରିଷ୍ଠ କର୍ମଚାରୀ ମୋତେ ଧମକ ଦେବା ଆରମ୍ଭ କରିଥିଲେ। ଟାର୍ଗେଟ ପୂରଣ କର, ନହେଲେ ଚାକିରି ଛାଡ଼ ବୋଲି ସେମାନେ କହୁଥିଲେ। ୪୫ ଦିନ ହେଲାଣି ମୁଁ ଖାଇପାରୁନଥିଲି କି ଶୋଇପାରୁନଥିଲି। ଏବେ ମୁଁ ମୋର ଭାବିବା ଶକ୍ତି ହରାଇ ବସିଛି। ତେଣୁ ଏଭଳି ପଦକ୍ଷେପ ନେଉଛି। ପିଲାମାନଙ୍କ ସ୍କୁଲ ଫି’ ଏବର୍ଷ ଶେଷ ପର୍ଯ୍ୟନ୍ତ ଭରି ଦେଇଛି। ଆଗକୁ ତୁମେ ସମ୍ଭାଳିବ ମେଘା। ମୁଁ ଚାଲିଯାଉଛି।"

ଏଭଳି ଲେଖି ‌ସେ  ଫାଇନାନ୍ସ  କମ୍ପାନିର ବରିଷ୍ଠ କର୍ମଚାରୀଙ୍କ ନାମ ମଧ୍ୟ ଲେଖିଛନ୍ତି, ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe