ଶାନ୍ତି ନ ହେବା ଯାଏଁ କୌଣସି ଆଲୋଚନା ହେବ ନାହିଁ: ଶାହ ସ୍ପଷ୍ଟ କଲେ

Advertisment

ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ରାଲି ଆୟୋଜନ କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଠାରେ ଭାରତର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଶାନ୍ତି ନ ହେବା ଯାଏଁ ପାକିସ୍ତାନ ସହିତ କୌଣସି ଆଲୋଚନା ହେବ ନାହିଁ...

Updated On

ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ରାଲି ଆୟୋଜନ କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଠାରେ ଭାରତର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଶାନ୍ତି ନ ହେବା ଯାଏଁ ପାକିସ୍ତାନ ସହିତ କୌଣସି ଆଲୋଚନା ହେବ ନାହିଁ...

ଅଦ୍ୟତନ ହୋଇଛି
amit

ଶ୍ରୀନଗର: ପଡୋଶୀ ଦେଶ ପାକିସ୍ତାନ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ବିବୃତି ଦେଇଛନ୍ତି। ଶନିବାର ସେ ସ୍ପଷ୍ଟ କରିଛନ୍ତି ଯେ ଉପତ୍ୟକାରେ ଶାନ୍ତି ନ ଆସିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅତି ଘନିଷ୍ଠ ସହଯୋଗୀ ଭାବେ ବିବେଚିତ ଅମିତ ଶାହ ଏଭଳି ମନ୍ତବ୍ୟ ଜମ୍ମୁ-କଶ୍ମୀରରେ ଏକ ନିର୍ବାଚନ ରାଲିରେ ଦେଇଛନ୍ତି।

ୟୁନିୟନ ଟେରିଟୋରୀ (ୟୁଟି)ର ପ୍ରଥମ ନିର୍ବାଚନ ରାଲି (ବିଜୟ ସଂକଳ୍ପ ବୁଥ ୱାର୍କର୍ସ କନଫରେନ୍ସ)ରେ ଅମିତ ଶାହ କହିଛନ୍ତି ଯେ ପ୍ରଥମ ଥର ପାଇଁ ଏଠାରେ ଭାରତର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେଉଛି। ଜମ୍ମୁ-କଶ୍ମୀରରେ କୌଣସି ଶକ୍ତି ସ୍ବାଧୀନତା ବିଷୟରେ କହିପାରିବ ନାହିଁ। ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ କୌଣସି ପ୍ରତିବନ୍ଧକ ବିନା ନିର୍ବାଚନ ଅନୁଷ୍ଠିତ ହେଉଛି।

ଏହାପୂର୍ବରୁ ଲୋକସଭା ନିର୍ବାଚନରେ ୫୮ ପ୍ରତିଶତ ଲୋକ ଭୋଟ୍ ଦେଇଥିଲେ । ଗୃହମନ୍ତ୍ରୀ କହିଛନ୍ତି ବୁଥଗୁଡିକ ଆମର ସବୁଠାରୁ ବଡ ଶକ୍ତି ଏବଂ ଯେତେବେଳେ ସେମାନେ ସମ୍ପୂର୍ଣ୍ଣ ଶକ୍ତି ସହିତ ବାହାରକୁ ଆସନ୍ତି, ସେତେବେଳେ ଟାଣୁଆ ନେତାଙ୍କର ସ୍ଥିତି ଦୋହଲି ଯାଇଥାଏ। 

ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଗୃହମନ୍ତ୍ରୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ କିଛି ଲୋକ ପୁନର୍ବାର ୩୭୦ ଆଣିବାକୁ ଚାହୁଁଛନ୍ତି।

ଶାହ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ସ୍ୱୟଂଶାସିତ ହେବାକୁ  କୌଣସି ଶକ୍ତି ରୋକି ପାରିବେ ନାହିଁ। ଜମ୍ମୁ-କଶ୍ମୀରକୁ କଂଗ୍ରେସ, ପିଡ଼ିପି ଏବଂ ନ୍ୟାସନାଲ କନଫରେନ୍ସ ଲୁଟିଥିବା ଶାହ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ:ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜେପି-କଂଗ୍ରେସରେ ବିଦ୍ରୋହ

ପୂର୍ବତନ ସିଏମ୍ ଓମାର ଅବଦୁଲ୍ଲା ନ୍ୟୁଜ୍ ଏଜେନ୍ସି ଏଏନଆଇ ସହିତ ଏକ ପୋଡକାଷ୍ଟରେ କହିଛନ୍ତି ଯେ ସେ ପୁଣି ଧାରା ୩୭୦ ଆଣିବେ।ନ୍ୟାସନାଲ କନଫରେନ୍ସ ନେତାଙ୍କ ଅନୁଯାୟୀ, ଧାରା ୩୭୦ ଏବଂ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତି ନ୍ୟାସନାଲ କନଫରେନ୍ସର ଆଦର୍ଶର ଏକ ଅଂଶ। ଏହା କିଛି ନୁହେଁ ଯାହାକୁ ନେଇ ଆମେ ଆତ୍ମସମର୍ପଣ କରିବୁ। ତଥାପି ଏହା କିଛି ନୁହେଁ ଯାହା ଏହି ବିଧାନସଭା କରିବ।

 ଏହି ସମସ୍ୟାର ସମାଧାନ ଆରମ୍ଭ କରିବା ପୂର୍ବରୁ ବିଜେପିରେ କେନ୍ଦ୍ରରେ କିଛି ସରକାରୀ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏହା କରିବାକୁ ବିଜେପିକୁ ଦଶନ୍ଧି ସମୟ ଲାଗିଗଲା। ପାଞ୍ଚ ବର୍ଷ ମଧ୍ୟରେ ଆମେ ଏହା କରିପାରିବୁ ବୋଲି ଭାବିବା କେବଳ ମୁର୍ଖାମୀ ହେବ।

ଅଧିକ ପଢ଼ନ୍ତୁ:ତାଣ୍ଡବ ରଚିଲା ୩୫୦ କିମି ବେଗରେ ବହୁଥିବା ଝଡ଼: ୫ ଲକ୍ଷ ବେଘର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe