ଜେନେରିକ୍ ଔଷଧ ଉପରେ ଲାଗିବନି ଟାରିଫ୍

ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ । ଏହା ଭାରତ ପାଇଁ ଆଶ୍ବସ୍ତି ଆଣିଦେଇଛି, କାରଣ ଭାରତ ଆମେରିକାକୁ ମୁଖ୍ୟତଃ ଜେନେରିକ ଔଷଧ ରପ୍ତାନି କରିଥାଏ । 

ଅଦ୍ୟତନ ହୋଇଛି
Untitled-19

ଓ୍ବାସିଂଟନ : ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ । ଏହା ଭାରତ ପାଇଁ ଆଶ୍ବସ୍ତି ଆଣିଦେଇଛି, କାରଣ ଭାରତ ଆମେରିକାକୁ ମୁଖ୍ୟତଃ ଜେନେରିକ ଔଷଧ ରପ୍ତାନି କରିଥାଏ । 

ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପ୍ୟାଟେଣ୍ଟେଡ୍ ଓ ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ ଔଷଧ ଉପରେ ବି ଟାରିଫ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଏହାକୁ ସୀମିତ ରଖିବାକୁ ଆମେରିକାର ବାଣିଜ୍ୟ ବିଭାଗ ସୁପାରିଶ କରିଥିଲା । କାରଣ ଜେନେରିକ ଔଷଧ ଉପରେ ଟାରିଫ ଲଗାଗଲେ ତାହା ଆମେରିକାରେ ଔଷଧ ଓ ସ୍ବାସ୍ଥ୍ୟସେବାକୁ ମହଙ୍ଗା କରିବାର ଆଶଙ୍କା ଥିଲା ।

ଗତ ମାସରେ ଟ୍ରମ୍ପ ପ୍ରଶାସନ ଘୋଷଣା କରିଥିଲା ଯେ ପ୍ୟାଟେଣ୍ଟ ହୋଇଥିବା ଓ ବ୍ରାଣ୍ଡେଡ୍ ଔଷଧ ଉପରେ ଟାରିଫ ଲଗାଯିବ । ଦି ଓ୍ବାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ପ୍ୟାଟେଣ୍ଟେଡ୍ ଓ ବ୍ରାଣ୍ଡେଡ୍ ଔଷଧ ପରି ଜେନେରିକ ଔଷଧ ଉପରେ ବି ଟାରିଫ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଏହାକୁ ସୀମିତ ରଖିବାକୁ ଆମେରିକାର ବାଣିଜ୍ୟ ବିଭାଗ ସୁପାରିଶ କରିଥିଲା । କାରଣ ଜେନେରିକ ଔଷଧ ଉପରେ ଟାରିଫ ଲଗାଗଲେ ତାହା ଆମେରିକାରେ ଔଷଧ ଓ ସ୍ବାସ୍ଥ୍ୟସେବାକୁ ମହଙ୍ଗା କରିବାର ଆଶଙ୍କା ଥିଲା । ଏପରି ହେଲେ ଆମେରିକା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାର ଆଶଙ୍କା ଥିଲା । ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଏପରି ନିଷ୍ପତ୍ତିରୁ ଓହରିଯାଇଥିବା ଏହି ରିପୋର୍ଟରେ କୁହାଯାଇଛି । 

ତଥ୍ୟ ଅନୁସାରେ ଆମେରିକା ଆମଦାନୀ କରୁଥିବା ପ୍ରାୟ ୪୭% ଜେନେରିକ ଔଷଧ ଭାରତରୁ ଯାଇଥାଏ । ଏହା ଉପରେ ଟାରିଫ ଲାଗିଥିଲେ ଭାରତୀୟ ଫାର୍ମାସୁଟିକାଲ୍ସ ବିଶେଷଭାବେ କମ୍ପାନି ପ୍ରଭାବିତ ହୋଇଥାନ୍ତେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe