ନୂଆଦିଲ୍ଲୀ: ଦେଶରେ କୌଣସି ତୃତୀୟ କିଂବା ଚତୁର୍ଥ ସାମ୍ମୁଖ୍ୟ ନିର୍ବାଚନ ଜିଣିବାରେ ସମର୍ଥ ହେବ ନାହିଁ ବୋଲି ତାଙ୍କର ବିଶ୍ବାସ ନ ହେଉଥିବା କଥା ନିର୍ବାଚନ ରଣନିତୀଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି।
ସେ କହିଛନ୍ତି, ଯଦି କୌଣସି ଦଳ ‘ବିଜେପି’କୁ ପରାସ୍ତ କରିବାକୁ ଇଚ୍ଛା କରେ ତାହାକୁ ଦ୍ବିତୀୟ ସାମ୍ମୁଖ୍ୟ ହୋଇ ବାହାରିବାକୁ ପଡ଼ିବ।
Image Courtesy of India Todayଏକଥା ସେ ଗୋଟାଏ ନିଉଜ୍ ଚାନେଲ୍ରେ ସାକ୍ଷାତ୍କାର ସମୟରେ କହିଥିଲେ। ୨୦୨୪ ନିର୍ବାଚନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ‘ତୃଣମୂଳ କଂଗ୍ରେସ’କୁ ତୃତୀୟ ସାମ୍ମୁଖ୍ୟ ଭାବେ ଅବତୀର୍ଣ୍ଣ କରାଇବାରେ ସାହାଯ୍ୟ କରୁଛନ୍ତି କି, ବୋଲି ତାଙ୍କୁ ପଚରାଯାଇଥିଲା।
Image Courtesy of India Todayସେ କହିଥିଲେ, କୌଣସି ତୃତୀୟ ଓ ଚତୁର୍ଥ ସାମ୍ମୁଖ୍ୟ ଏ ଦେଶରେ ନିର୍ବାଚନ ଜିଣିପାରିବ ବୋଲି ମୁଁ କଦାପି ବିଶ୍ବାସ କରେନାହିଁ। ଯଦି ଆମେ ‘ବିଜେପି’କୁ ପ୍ରଥମ ସାମ୍ମୁଖ୍ୟ ବୋଲି ବିବେଚନା କରିବା, ତାକୁ ପରାସ୍ତ କରିବା ଲାଗି ‘ତୃଣମୂଳ କଂଗ୍ରେସ’କୁ ଦ୍ବିତୀୟ ସାମ୍ମୁଖ୍ୟ ହେବାକୁ ପଡ଼ିବ। ଯଦି କୌଣସି ଦଳ ‘ବିଜେପି’କୁ ପରାସ୍ତ କରିବାକୁ ଇଚ୍ଛା କରୁ ଥାଏ, ତାକୁ ଦ୍ବିତୀୟ ସାମ୍ମୁଖ୍ୟ ଭାବେ ଉଭା ହେବାକୁ ପଡ଼ିବ।
କଂଗ୍ରେସକୁ ସେ ଦ୍ବିତୀୟ ସାମ୍ମୁଖ୍ୟ ଭାବେ ବିବେଚନା କରୁଛନ୍ତି କି, ବୋଲି ପଚରାଯିବାରୁ ସେ କହିଲେ, ନା। କଂଗ୍ରେସ ହେଉଛି ଦେଶର ଦ୍ବିତୀୟ ବୃହତ୍ ଦଳ।
Follow Us