ଚୀନ୍‌ର ପ୍ରତିଟି କାର୍ଯ୍ୟକଳାପ ଉପରେ ଆମେ ତୀକ୍ଷ୍ଣ ଦୃଷ୍ଟି ରଖିଛୁ; ଯଥା ସମୟରେ ଉପଯୁକ୍ତ ଜବାବ ଦେବୁ: ବାୟୁସେନା ମୁଖ୍ୟ

Advertisment
ଚୀନ୍‌ର ପ୍ରତିଟି କାର୍ଯ୍ୟକଳାପ ଉପରେ ଆମେ ତୀକ୍ଷ୍ଣ ଦୃଷ୍ଟି ରଖିଛୁ; ଯଥା ସମୟରେ ଉପଯୁକ୍ତ ଜବାବ ଦେବୁ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ତିବ୍ଦତ ଅଞ୍ଚଳରେ ଭାରତୀୟ ସୀମାନ୍ତ ନିକଟରେ ଚୀନ୍‌ ବାୟୁସେନାର ୫୦ରୁ ଅଧିକ ବିମାନ ଚକ୍କର କାଟିବା ଘଟଣାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ, ଭାରତୀୟ ବାୟୁସେନା ମୁଖ୍ୟ ଆଜି ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏଥିରେ ବିଚଳିତ ବା ଭୟଭୀତ ହେବାର କୌଣସି କାରଣ ନାହିଁ। ଦେଶର ପୂର୍ବାଞ୍ଚଳରେ ଭାରତୀୟ ବାୟୁସେନାର ଏକାଧିକ ଘାଟୀ ରହିଛି। ଆମେ ଚାହିଁବା ମାତ୍ରେ ତାଙ୍କୁ ଉପଯୁକ୍ତ ଜବାବ ଦେଇପାରିବୁ। ଆମେ ଏବେ ପଡ଼ୋଶୀର ସମଗ୍ର ଓ ସଂପୂର୍ଣ୍ଣ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛୁ ଏବଂ ସ୍ଥିତି ଅନୁଧ୍ୟାନ କରୁଛୁ। ଯଦି ଆବଶ୍ୟକ ପଡ଼େ ତେବେ ଆମେ ଯଥା ସମୟରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ବିଗିଡ଼ିବା ପୂର୍ବରୁ ସ୍ଥିତିକୁ ସମ୍ଭାଳି ନେବା ସହ ପ୍ରତିପକ୍ଷକୁ ଉପଯୁକ୍ତ ଜବାବ ଦେବାକୁ ସାମର୍ଥ୍ୟ ରଖିଛୁ ବୋଲି ଆଜି ଦୃଢ଼ତାର ସହ ଘୋଷଣା କରିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ବି ଏସ୍‌ ଧନୋଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe