Image Courtesy of Hindustan Times
ନୂଆଦିଲ୍ଲୀ: ଆଇନ ହାତରୁ ଖସି ଯିବାକୁ ସ୍ବଦେଶ ଛାଡ଼ି ଆସୁଥିବା ବ୍ୟକ୍ତିବିଶେଷଙ୍କୁ ବାଧା ଦେବାରେ ବ୍ରିଟିସ୍ ସରକାର ଓ ଅଦାଲତ ସେମାନଙ୍କ ଭୂମିକା ସମ୍ବନ୍ଧରେ ସ୍ପଷ୍ଟ ଥିଲେ ବି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ନିମନ୍ତେ ଇଂଲଣ୍ଡ୍ କୌଣସି ନିଦ୍ଦିଷ୍ଟ ସମୟସୀମା ଦେଇ ପାରିବ ନାହିଁ ବୋଲି ଆଜି ଇଂଲଣ୍ଡ୍ର ହାଇକମିସନର୍ ଫିଲିପ୍ ବାର୍ଟୋନ୍ କହିଛନ୍ତି।
ମାଲ୍ୟା ଇଂଲଣ୍ଡ୍ରେ ରାଜନୈତିକ ଆଶ୍ରୟ ମାଗିଛନ୍ତି କି, ନାହିଁ ବୋଲି ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଉଠିଥିବା ପ୍ରଶ୍ନର ଉତ୍ତର ଦେବାକୁ ବାର୍ଟୋନ୍ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି ଯେ, ବ୍ୟକ୍ତିଗତ ରାଜନୈତିକ ଆଶ୍ରୟ ମାମଲାରେ ବ୍ରିଟିସ୍ ସରକାର କଦାପି ମନ୍ତବ୍ୟ ଦିଅନ୍ତି ନାହିଁ।
Image Courtesy of The Indian Wireସେ ଆହୁରି ମଧ୍ୟ କହିଛନ୍ତି ଯେ, ଫେବ୍ରୁଆରିରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଆଦେଶ ଦିଆଯାଇଥିଲା, କିନ୍ତୁ ଆଇନଗତ ମାମଲା ଚାଲିଥିବାରୁ ମୁଁ ସେ ସଂକ୍ରାନ୍ତରେ ଅଧିକ କିଛି ମନ୍ତବ୍ୟ ଦେବିନାହିଁ କି, ପ୍ରତ୍ୟର୍ପଣ ସମ୍ବନ୍ଧୀୟ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା କଥା ବି କହିବି ନାହିଁ। ଇଂଲଣ୍ଡ୍ ସରକାର ଏହି ମାମଲାର ଗୁରୁତ୍ବ ବୁଝିଛନ୍ତି।
ବିଜୟ ମାଲ୍ୟାଙ୍କର କୌଣସି ରାଜନୈତିକ ଆଶ୍ରୟ ବା ଶରଣ ମାମଲାକୁ ବିଚାରକୁ ନ ନେବା ଲାଗି ଗତ ମାସରେ ଭାରତ ଇଂଲଣ୍ଡକୁ କହିଥିଲା। ତାଙ୍କୁ ତୁରନ୍ତ ଇଂଲଣ୍ଡରୁ ପ୍ରତ୍ୟର୍ପଣ କରାଯାଉ ବୋଲି ମଧ୍ୟ ଭାରତ ଅନୁରୋଧ କରିଥିଲା।
Follow Us