ଟିକା ଅଭାବ ଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମେ’୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଦିଆଯିବନି ଟିକା

ଟିକା ଅଭାବ ଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମେ’୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଦିଆଯିବନି ଟିକା

ନୂଆଦିଲ୍ଲୀ: କିଛି ଦିନ ହେଲାଣି ଦେଶର ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି। ଏହାର ଅଭାବ ଦୂର କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦେବା ନେଇ ଘୋଷଣା ‌କରାଯାଇଥିବା ବେଳେ ଟିକା ଅଭାବ ଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆଯିବ ନାହିଁ ବୋଲି ଜଣାପଡ଼ିଛି।

ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆଯିବ ନେଇ ପ୍ରଶ୍ନ କରାଯିବା ପରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଟିକା ନାହିଁ। ଟିକା ସମ୍ବନ୍ଧରେ ଆମେ କମ୍ପାନିକୁ ଅନୁରୋଧ କରିଛୁ, ଯେତେବେଳେ ଏହା ଆସିବ ଆମେ ଆପଣଙ୍କୁ କହିବୁ। ତେବେ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ମାଗଣାରେ ଟିକା ଦେବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିବା ବେଳେ ଏବେ ଟିକାର ଅଭାବ କଥା ସାମ୍ନାକୁ ଆସିଛି। ଟିକା ଅଭାବ ପାଇଁ ମେ’ ୧ରୁ ଟିକା ଦିଆଯିବ କି ନାହିଁ, ସେ ନେଇ ଏବେ ଦ୍ବନ୍ଦ୍ବ ଉପୁଜିଛି।

publive-image ndtv

ସେହିଭଳି ବିଏମସିର ଅତିରିକ୍ତ ମୁନିସିପାଲ କମିସନର ଅଶ୍ବିନୀ ଭିଡେ କହିିଛନ୍ତି ଯେ, ମହାରାଷ୍ଟ୍ରରେ ଟିକା ଅଭାବ ଥିବାରୁ ମେ’ ୧ରୁ ୧୮ବର୍ଷରୁ ଉର୍ଦ୍ଧ୍ବଙ୍କୁ ଟିକା ଦିଆଯିବ କି ନାହିଁ, ସେନେଇ ସ୍ପଷ୍ଟ ହୋଇନାହିଁ। ୧୮ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଯଥେଷ୍ଟ ଟିକା ଉପଲବ୍ଧ ହେବା ପରେ ହିଁ ଟିକାକରଣ ଆରମ୍ଭ ହେବ। ଆମ ପାଖରେ ପର୍ଯ୍ୟାପ୍ତ ଟିକା ନଆସିବା ପର୍ଯ୍ୟନ୍ତ ଦୟାକରି ଅପେକ୍ଷା କରନ୍ତୁ। ଏଭଳି ହେଲେ ଆପଣ ଲମ୍ବା ଧାଡିରେ ଠିଆ ନହୋଇ ଆପଣଙ୍କ ଡୋଜ ପାଇପାରିବେ। ଆମେ ଏନେଇ ଅଧିକ ବିବରଣୀ ଦେବା ଜାରି ରଖିବୁ। ଦୟାକରି ଯତ୍ନ ନିଅନ୍ତୁ। ଟିକାକରଣ କେନ୍ଦ୍ରଗୁଡ଼ିକରେ ଡବଲ୍ ମାସ୍କ ପିନ୍ଧନ୍ତୁ ବୋଲି ସେ ଟୁଇଟ କରି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe