ପ୍ରଥମ ପର୍ଯ୍ୟାୟରେ ୬୦% ମତଦାନ, ୬ଟି ଜିଲ୍ଲାରେ କେହି ଆସିଲେନି ଭୋଟ ଦେବାକୁ

ପ୍ରଥମ ପର୍ଯ୍ୟାୟରେ ୬୦%  ମତଦାନ, ୬ଟି ଜିଲ୍ଲାରେ କେହି ଆସିଲେନି ଭୋଟ ଦେବାକୁ

କୋହିମା : ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ହାରାହାରି ୬୦.୦୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ତେବେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ ଏପରି ୬ଟି ଜିଲ୍ଲା ଅଛି ଯେଉଁଠାରେ ଜଣେ ମଧ୍ୟ ଭୋଟର ଭୋଟ ଦେବାକୁ ଆସିନଥିଲେ ।

ପୂର୍ବ ନାଗାଲାଣ୍ଡର ଏହି ୬ଟି ଦିଲ୍ଲାରେ ଖୋଲାଯାଇଥିବା ମତଦାନ କେନ୍ଦ୍ରଗୁଡ଼ିରେ ମତଦାନ କର୍ମଚାରୀମାନେ ୯ ଘଣ୍ଟା ଧରି ଅପେକ୍ଷା କରିଥିଲେ ମଧ୍ୟ କୌଣସି ଭୋଟର ଆସିନଥିଲେ । 'ଫ୍ରଣ୍ଟିୟର ନାଗାଲାଣ୍ଡ ଟେରିଟୋରି' (ଏଫ୍ଏନଟି) ଦାବିରେ ଏକ ସଂଗଠନ ବନ୍ଦ ଡାକରା ଦେଇଥିବା ବନ୍ଦ ପରେ ଏହି ଅଞ୍ଚଳର ୪ ଲକ୍ଷ ଭୋଟରଙ୍କ ମଧ୍ୟରୁ କେହି ମତଦାନ କରିବାକୁ ଆସିନଥିଲେ।

ପୂର୍ବ ନାଗାଲାଣ୍ଡ ପିପୁଲ୍ସ ଅର୍ଗାନାଇଜେସନ୍ (ଇଏନପିଓ) ଏଫଏନ୍ଟି ଦାବିରେ ରାଜ୍ୟ ସରକାରଙ୍କ କୌଣସି ଆପତ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ ଶୁକ୍ରବାର ସ୍ପଷ୍ଟ କରିଛନ୍ତି। ପୂର୍ବାଞ୍ଚଳର ୭ଟି ଆଦିବାସୀ ସଂଗଠନର ସର୍ବୋଚ୍ଚ ସଂସ୍ଥା ହେଉଛି ଇଏନପିଓ। ଏହି ସଂଗଠନର ବନ୍ଦ ଡାକରା ପରେ ସେଠାକାର ଲୋକମାନେ ଭୋଟ ବର୍ଜନ କରିଥିଲେ । ଫଳରେ ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାର ଲୋକ ଓ ଗାଡି ବ୍ୟତୀତ ରାସ୍ତାରେ କୌଣସି ବ୍ୟକ୍ତି କିମ୍ବା ଗାଡି ଚଳାଚଳ ହୋଇନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe