ଭାରତ ସହ ଭଲ ସଂପର୍କ ରଖିବା ଛଡ଼ା ଅନ୍ୟ ଉପାୟ ନାହିଁ : ୟୁନୁସ୍

ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଛଡ଼ା କୌଣସି ବିକଳ୍ପ ନାହିଁ । କାରଣ ଅପପ୍ରଚାର ଯୋଗୁଁ  ସମ୍ପର୍କରେ କିଛି ଫାଟ ଉପୁଜିଥିଲା ।

yunus

ଢାକା: ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ବିଦ୍ରୋହ ପରଠାରୁ ଦେଶ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ଶାସନାଧିନ ରହିଛି। ତାଙ୍କ ସମୟରେ ପଡ଼ୋଶୀ ଭାରତ ସହ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଛଡ଼ା କୌଣସି ବିକଳ୍ପ ନାହିଁ । କାରଣ ଅପପ୍ରଚାର ଯୋଗୁଁ  ସମ୍ପର୍କରେ କିଛି ଫାଟ ଉପୁଜିଥିଲା ।

ବିବିସି ବଙ୍ଗଳାକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, 'ମଝିରେ କିଛି ବିବାଦ ଦେଖିବାକୁ ମିଳିଥିଲା। ମୁଁ କହିବି ଯେ ଆକାଶରେ ମେଘ ରହିଥିଲା । ଅଧିକାଂଶ ସମୟରେ ଭୁଲ ସୂଚନା ଯୋଗୁଁ ଏହି ମେଘ ଆସିଥିଲା । ଅନ୍ୟମାନେ ମଧ୍ୟ ଏହାକୁ ଦୁସ୍ପ୍ରଚାର ବୋଲି ମାନିବେ। ବାଂଲାଦେଶରେ ଅନ୍ତରୀଣ ସରକାର ୭ ମାସ ପାଖେଇ ଆସୁଥିବା ବେଳେ କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୫ ଏପ୍ରିଲ ୪ ତାରିଖରେ ବ୍ୟାଙ୍କକରେ ହେବାକୁ ଥିବା ବିମଷ୍ଟେକ୍ ଶିଖର ସମ୍ମିଳନୀରେ ମୁଖ୍ୟ ପରାମର୍ଶଦାତା ପ୍ରଫେସର ୟୁନୁସ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ବୈଠକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe