ଅଣସଂସଦୀୟ ଶବ୍ଦକୁ ନେଇ ଓମ ବିର୍ଲାଙ୍କ ସ୍ପଷ୍ଟୀକରଣ; କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ...

Advertisment
ଅଣସଂସଦୀୟ ଶବ୍ଦକୁ ନେଇ ଓମ ବିର୍ଲାଙ୍କ ସ୍ପଷ୍ଟୀକରଣ; କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ...

indiatoday

ନୂଆଦିଲ୍ଲୀ: ‘ଜୁମ୍‌ଲାଜୀବି’, ‘ବାଲ୍‌ ବୁଦ୍ଧି’, ‘କୋଭିଡ୍‌ ସ୍ପ୍ରେଡର୍‌’ ଏବଂ ‘ସ୍ନୁପ୍‌ଗେଟ୍‌’ ଆଦି ଅନେକ ଶବ୍ଦକୁ ଅଣସଂସଦୀୟ (ଅନ୍‌ପାର୍ଲାମେଣ୍ଟାରି) ଶବ୍ଦ ତାଲିକାଭୁକ୍ତ କରି ଲୋକସଭା ସଚିବାଳୟ ପ୍ରସ୍ତୁତ କରିଥିବା ନୂତନ ପୁସ୍ତିକାକୁ ବିରୋଧୀ ଦଳର ନେତାମ‌ାନେ ତୀବ୍ର ସମାଲୋଚନା କରିଛନ୍ତି।

ବିରୋଧ ପରେ ଏବେ ବାଚସ୍ପତି ଓମ ବିର୍ଲା ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ୧୯୫୯ ପରଠାରୁ ଏହା ଏକ ନିତିଦିନିଆ ଅଭ୍ୟାସ ଭାବେ କରାଯାଉଛି। ହେଲେ ସଦସ୍ୟମାନେ ନିଜର ମତ ପ୍ରକାଶ କରିବାକୁ ମୁକ୍ତ ଏବଂ ସଂସଦରେ କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ। ତାଙ୍କଠାରୁ ଏ ଅଧିକାର କେହି ଛଡ଼ାଇ ପାରିବେ ନାହିଁ। କିନ୍ତୁ ସଂସଦର ଶୈଳୀ ଅନୁଯାୟୀ ମତ ପ୍ରକାଶ ହେବା ଉଚିତ୍।

ସେ ଆହୁରି କହିଛନ୍ତି ଯେ, "ଏହାପୂର୍ବରୁ ଏଭଳି ଅଣସଂସଦୀୟ ଶବ୍ଦର ଏକ ପୁସ୍ତକ ପ୍ରକାଶିତ ହେଉଥିଲା। ହେଲେ କାଗଜ ନଷ୍ଟ ନହେବା ପାଇଁ ଆମେ ଏହାକୁ ଇଣ୍ଟରନେଟରେ ଛାଡ଼ିଛୁ। କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ। ଆମେ କେବଳ ବହିଷ୍କୃତ ହୋଇଥିବା ଶବ୍ଦର ସୂଚନା ଜାରି କରିଛୁ। ସଂସଦରେ ବିରୋଧୀ ଦଳ ସହ କ୍ଷମତାରେ ଥିବା ଦଳ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ ବହିଷ୍କୃତ କରାଯାଇଛି। କେବଳ ବିରୋଧୀଙ୍କ ଦ୍ବାରା ବ୍ୟବହୃତ ଶବ୍ଦକୁ ବହିଷ୍କାର କରାଯାଇଛି ବୋଲି କହିବା ଭୁଲ ହେବ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୧୮ରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟ୍‌ରେ ବ୍ୟବହାର ଅନୁପଯୋଗୀ ଶବ୍ଦ ଏବଂ ଅବିବ୍ୟକ୍ତି ସଂକ୍ରାନ୍ତରେ ଏହି ସଂଶୋଧିତ ପୁସ୍ତିକା ପ୍ରକାଶ ପାଇଥିଲା। ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରି ବିରୋଧୀମାନେ ବ୍ୟବହାର କରୁଥିବା ସର୍ବସାଧାରଣରେ ପ୍ରଚଳିତ ଶବ୍ଦ ‘ଆସେମ୍‌ଡ୍‌’ (ଲଜ୍ଜିତ), ‘ଆବ୍ୟୁଜ୍‌ଡ୍‌’ (ଲାଞ୍ଛିତ), ‘ବିଟ୍ରେଡ୍‌’ (ଦଗାଖିଆ), ‘କରପ୍ଟ୍‌’ (ଦୁର୍ନୀତିଗ୍ରସ୍ତ), ‘ଡ୍ରାମା’ (ନାଟକ), ‘ହିପୋକ୍ରିସି’ (ଛଳନା) ଏବଂ ‘ଇନ୍‌କମ୍ପେଣ୍ଟେଣ୍ଟ୍‌’ (ଅପାରଗ) ଆଦିକୁ ମଧ୍ୟ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ‘ଅଣସଂସଦୀୟ’ ବୋଲି ବିବେଚନା କରାଯିବ ବୋଲି ଉକ୍ତ ପୁସ୍ତିକାରେ ଉଲ୍ଲେଖ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe