ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

Advertisment
ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ଷ୍ଟକ୍‌ହୋମ୍: ୨୦୧୮ର ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ୩ ଜଣଙ୍କୁ ଦିଆଯିବାକୁ ଘୋଷଣା କରାଯାଇଛି। ଏହି ୩ ବୈଜ୍ଞାନିକ ହେଲେ ଫ୍ରାନ୍ସିସ୍‌ ଏଚ୍‌. ଆର୍ନଲ୍ଡ (ଆମେରିକା), ଜର୍ଜ ପି ସ୍ମିଥ୍‌ (ଆମେରିକା) ଏବଂ ସାର୍‌ ଗ୍ରେଗୋରି ପି ୱିଣ୍ଟର (ବ୍ରିଟେନ)। ଏଥର ରସାୟନ ବିଜ୍ଞାନ ନୋବେଲ ବିଜେତାଙ୍କ ମଧ୍ୟରେ ଦୁଇ ପୁରୁଷ ବୈଜ୍ଞାନିକଙ୍କ ସହ ଜଣେ ମହିଳା ବୈଜ୍ଞାନିକ ଅଛନ୍ତି। ସ୍ବିଡେନ୍‌ର ରୟାଲ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ କୁହାଯାଇଛି ଯେ ଯେଉଁ ୩ ଜଣ ପ୍ରଖ୍ୟାତ ବୈଜ୍ଞାନିକଙ୍କୁ ରସାୟନରେ ନୋବେଲ ପାଇଁ ଚୟନ କରାଯାଇଛି। ସେମାନଙ୍କ ସଫଳ ଗବେଷଣା ଯୋଗୁଁ ନୂତନ ଫାର୍ମାସ୍ୟୁଟିକାଲ ଏବଂ ବାୟୋଫୁଏଲ୍‌ ନିର୍ମାଣ ସମ୍ଭବ ହୋଇପାରିଛି। କାର୍ଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍୍‌ନୋଲୋଜିର ବୈଜ୍ଞାନିକ ଫ୍ରାନ୍ସିସ ଆର୍ନଲ୍ଡଙ୍କୁ ଏନ୍‌ଜାଇମ୍‌୍‌ସର ପ୍ରଥମ ପର୍ଯ୍ୟାୟ ବିକାଶ ପାଇଁ ପୁରସ୍କାରର ୫୦ ପ୍ରତିଶତ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି। ଅନ୍ୟପକ୍ଷରେ କ୍ୟାଂବ୍ରିଜ୍‌ ସ୍ଥିତ ଏମ୍‌ଆର୍‌୍‌ସି ଲାବୋରେଟୋରିରେ କାର୍ଯ୍ୟରତ ବୈଜ୍ଞାନିକ ସାର ଗ୍ରେଗୋରି ପି ୱିଣ୍ଟର୍ ଏବଂ ଜର୍ଜ ସ୍ମିଥ୍‌୍‌ଙ୍କୁ ପୁରସ୍କାରର ବାକି ୫୦ ପ୍ରତିଶତ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe