କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇ ଶାନ୍ତିନିକେତନରେ ଚିକିତ୍ସାଧୀନ ଅଛନ୍ତି ନୋବେଲ୍‌ ବି‌ଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌

Advertisment
କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇ ଶାନ୍ତିନିକେତନରେ ଚିକିତ୍ସାଧୀନ ଅଛନ୍ତି ନୋବେଲ୍‌ ବି‌ଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌

Image Courtesy of Zee News

କୋଲ୍‌କାତା: କରୋନାଭାଇରସ୍‌ଦ୍ବାରା ଆକ୍ରାନ୍ତ ହେବା ପରେ ନୋବେଲ୍‌ ବିଜୟୀ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ସମ୍ପ୍ରତି ଶାନ୍ତିନିକେତନରେ ଚିକିତ୍ସାଧୀନ ଅଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଡାକ୍ତରମାନଙ୍କ ପରାମର୍ଶକ୍ରମେ ସେ ଶାନ୍ତିନିକେତନସ୍ଥିତ ବାସଭବନରେ ଏକାନ୍ତବାସ କରୁଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ସେ ଜୁଲାଇ ପହିଲାରେ ଶାନ୍ତିନିକେତନରେ ଥିବା ବାସଭବନକୁ ଆସିଥିଲେ। କିଛି ଦିନ ପରେ ଖବର ମିଳିଲା କି, ତାଙ୍କ ଦେହ ଭଲ ନାହିଁ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଗଲା। ସେ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଲା। କିନ୍ତୁ, ଏପର୍ଯ୍ୟନ୍ତ ତାଙ୍କର ‘ଆର୍‌ଟି-ପିସିଆର୍‌’ ଟେଷ୍ଟ୍‌ କରାଯାଇନାହିଁ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଶନିବାର ଦିନ ଶାନ୍ତିନିକେତନ ବାସଭବନରୁ ସେ କ‌ୋଲ୍‌କାତା ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ। ସେଠାରୁ ସେ ଜୁଲାଇ୧୦ ତାରିଖ ଦିନ ଲଣ୍ଡନ୍‌ ଅଭିମୁଖେ ଯାତ୍ରା କରିଥାଆନ୍ତେ। କିନ୍ତୁ, ସେ କୋଭିଡ୍‌-୧୯ ଆକ୍ରାନ୍ତ ହେବା ପରେ ସେ ସବୁ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe