୩ ଜଣଙ୍କୁ ମିଳିବ ଅର୍ଥନୀତିରେ ନୋବେଲ୍

ଅନୁଷ୍ଠାନ ଗୁଡ଼ିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନସନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। 

ଅଦ୍ୟତନ ହୋଇଛି
Nobel

ଷ୍ଟକହୋମ: ଅନୁଷ୍ଠାନ ଗୁଡ଼ିକ କିପରି ଗଠନ ହୁଏ ଏବଂ ସମୃଦ୍ଧିକୁ କିପରି ପ୍ରଭାବିତ କରେ ସେ ବିଷୟରେ ଅଧ୍ୟୟନ ପାଇଁ ଅର୍ଥନୀତିରେ ୨୦୨୪ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଆମେରିକାର ଡେରନ୍ ଆସେମୋଗ୍ଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନସନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। 

ନୋବେଲ କମିଟି ଏକ ଏକ୍ସ ପୋଷ୍ଟରେ ଲେଖିଛି ଯେ ରାଜନୈତିକ ଅନୁଷ୍ଠାନ ଗଠନ ଏବଂ ପରିବର୍ତ୍ତନର ପରିସ୍ଥିତିକୁ ବୁଝାଇବା ପାଇଁ ଏହି ତିନିଜଣ ଅର୍ଥନୀତିଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ମଡେଲର ତିନୋଟି ଉପାଦାନ ରହିଛି । ପ୍ରଥମଟି ହେଉଛି ସମ୍ବଳ କିପରି ଆବଣ୍ଟନ କରାଯାଏ ଏବଂ ସମାଜରେ (ସମ୍ଭ୍ରାନ୍ତ ବା ଜନସାଧାରଣ) କାହାର ନିଷ୍ପତ୍ତି ନେବାର କ୍ଷମତା ଅଛି।

ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲ ୫ଟି ବିଷୟରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ନିଜ ଇଚ୍ଛାପତ୍ର (ଓ୍ବିଲ)ରେ ଉଲ୍ଲେଖ କରିଥିଲେ । ସେଗୁଡ଼ିକ ହେଉଛି ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ, ଶାନ୍ତି, ସାହିତ୍ୟ ଓ ଚିକିତ୍ସା ବିଜ୍ଞାନ । ଅର୍ଥନୀତିରେ ନୋବେଲ ପୁରସ୍କାର ୧୯୬୮ ମସିହାରେ ଆରମ୍ଭ କରାଯାଇଥିଲା । ଏହାର ଅସଲି ନାମ ହେଉଛି  ସ୍ପେରିଜେସ ରିକସବ୍ୟାଙ୍କ ଆଓ୍ବାର୍ଡ ଇନ ଇକୋନୋମିକ ସାଇନ୍ସେସ୍ ବା  ‘ଅର୍ଥନୀତି ବିଜ୍ଞାନରେ ବ୍ୟାଙ୍କ ଅଫ ସ୍ବିଡେନ ପୁରସ୍କାର’ । 

ଦ୍ୱିତୀୟଟି ହେଉଛି, ବେଳେବେଳେ ଶାସକ ସମ୍ପ୍ରଦାୟକୁ ସଂଗଠିତ କରି ଓ ଧମକ ଦେଇ ଜନସାଧାରଣ କ୍ଷମତା ପ୍ରୟୋଗ କରିବାର ସୁଯୋଗ ପାଆନ୍ତି; ତେଣୁ ସମାଜରେ କ୍ଷମତା ନିଷ୍ପତ୍ତି ନେବାର କ୍ଷମତା ଠାରୁ ବହୁତ ଅଧିକ । ତୃତୀୟଟି ହେଉଛି ପ୍ରତିବଦ୍ଧତାର ସମସ୍ୟା, ଅର୍ଥାତ୍ ଏଲିଟ୍ ମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେଉଛି ନିଷ୍ପତ୍ତି ନେବାର କ୍ଷମତା ଜନସାଧାରଣଙ୍କୁ ହସ୍ତାନ୍ତର କରିବା। ଏହା ପୂର୍ବରୁ ଅନ୍ୟ ବର୍ଗର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି । 

ସୂଚନାଯୋଗ୍ୟ ଯେ, ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲ ୫ଟି ବିଷୟରେ ନୋବେଲ ପୁରସ୍କାର ପ୍ରଦାନ ପାଇଁ ନିଜ ଇଚ୍ଛାପତ୍ର (ଓ୍ବିଲ)ରେ ଉଲ୍ଲେଖ କରିଥିଲେ । ସେଗୁଡ଼ିକ ହେଉଛି ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ, ଶାନ୍ତି, ସାହିତ୍ୟ ଓ ଚିକିତ୍ସା ବିଜ୍ଞାନ । ଅର୍ଥନୀତିରେ ନୋବେଲ ପୁରସ୍କାର ୧୯୬୮ ମସିହାରେ ଆରମ୍ଭ କରାଯାଇଥିଲା । ଏହାର ଅସଲି ନାମ ହେଉଛି  ସ୍ପେରିଜେସ ରିକସବ୍ୟାଙ୍କ ଆଓ୍ବାର୍ଡ ଇକୋନୋମିକ ସାଇନ୍ସେସ୍ ବା  ‘ଅର୍ଥନୀତି ବିଜ୍ଞାନରେ ବ୍ୟାଙ୍କ ଅଫ ସ୍ବିଡେନ ପୁରସ୍କାର’ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe