ନୋବେଲ ବିଜେତା ବୈଜ୍ଞାନିକଙ୍କ ଦାବି: ଲ୍ୟାବରୁ ହିଁ ଆସିଛି କରୋନା ଭାଇରସ

Advertisment
ନୋବେଲ ବିଜେତା ବୈଜ୍ଞାନିକଙ୍କ ଦାବି: ଲ୍ୟାବରୁ ହିଁ ଆସିଛି କରୋନା ଭାଇରସ

Photo-eng news 24h

ଲଣ୍ଡନ: ଚୀନ୍‌ର ଉହାନ୍‌ ଲ୍ୟାବ୍‌ରୁ ହିଁ କରୋନା ଭାଇରସ୍‌ ଲିକ୍‌ ହୋଇଛି ଏବଂ ଏହି ଲ୍ୟାବ୍‌ରେ କାମ କରୁଥିବା ଜଣେ ଇଣ୍ଟର୍ନଙ୍କ ଦ୍ବାରା‌ ଭାଇରସ୍‌ ବ୍ୟାପିଛି ବୋଲି ଆମେରିକା ଗଣମାଧ୍ୟମରେ ଦୁଇ ଦିନ ତଳେ ଖବର ପ୍ରସାରିତ ହୋଇଥିଲା । ଯାହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଏକ ପ୍ରକାର ସ୍ବୀକାର କରିଥିଲେ । ତେବେ ଏହାକୁ ଊହାନ୍‌ସ୍ଥିତ ଚୀନ୍‌ର ପ୍ରମୁଖ ଭୂତାଣୁ ଅଧ୍ୟୟନ ପରୀକ୍ଷାଗାର ଅସ୍ବୀକାର କରିଥିବାବେଳେ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକଙ୍କ ଦାବି ଏହି ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି | ଫ୍ରାନ୍ସର ନୋବେଲ ପୁରସ୍କାର ବିଜେତା ତଥା ବୈଜ୍ଞାନିକ ଲୁକ ମୋଣ୍ଟାଗ୍ନେୟାର ଦାବି କରିଛନ୍ତି ଯେ SARS-CoV-2 ଭୂତାଣୁ ଏକ ଲ୍ୟାବରୁ ଆସିଛି ଏବଂ ଏଡସ୍ ଭୂତାଣୁ ବିରୁଦ୍ଧରେ ଟିକା ପ୍ରସ୍ତୁତ କରିବାର ପ୍ରୟାସର ଫଳାଫଳ ଭାବେ ଏହି ଭୂତାଣୁର ଉତ୍ପନ୍ନ ହୋଇଛି |

publive-image Photo-indiatimes

ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଫେସର ମୋଣ୍ଟାଗ୍ନେୟାର କହିଛନ୍ତି ଯେ କରୋନା ଭାଇରସ୍ ଏବଂ ଜୀବାଣୁଙ୍କ ଜିନୋମରେ ଏଚ୍.ଆଇ.ଭି ତତ୍ୱ ରହିଥିବାର କହିଛନ୍ତି | ଏଠାରେ ସୂଚନା ଥାଉ କି ଆମେରିକା ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଭାଇରସ୍‌ ଏକ ଜୈବିକ ଅସ୍ତ୍ର ନୁହେଁ କିନ୍ତୁ ଉହାନ୍‌ ଲାବ୍ରୋଟରିରେ ହିଁ ଏହାର ଅଧ୍ୟୟନ ହୋଇଥିଲା। ଲ୍ୟାବ୍‌ରେ କାମ କରୁଥିବା ଜଣେ କର୍ମଚାରୀ ହିଁ ପ୍ର‌ଥମେ ଭାଇରସ୍‌ ସଂକ୍ରମିତ ହେବାପରେ ଏହା ଲ୍ୟାବ୍‌ ବାହାରେ ସାଧାରଣ ଲୋକଙ୍କୁ ବ୍ୟାପିଲା। ଉହାନ୍‌ର ଏକ ଆମିଷ ବଜାରରୁ ଭାଇରସ୍‌ ବ୍ୟାପିଥିଲା ବୋଲି ଚୀନ୍‌ କହିଥିଲା। କିନ୍ତୁ ଫକ୍ସ ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି ଏହି ବଜାରରେ କେବେ ବି ବାଦୁଡ଼ି ବିକ୍ରି କରାଯାଇ ନାହିଁ।

ଚୀନ୍‌ ଲାବ୍ରୋଟରିରୁ ନଜର ହଟାଇବାପାଇଁ ଏଭଳି ଦାବି କରିଛି। ସିସିପି (ଚାଇନିଜ୍‌ କମ୍ୟୁନିଷ୍ଟ ପାର୍ଟି) କେବଳ ଆମେରିକାଠାରୁ ନିଜକୁ ଅଧିକ ଶକ୍ତିଶାଳୀ ବିଚେଚିତ କରିବାପାଇଁ ଏବଂ ଭାଇରସ୍‌କୁ ଚିହ୍ନଟ କରିବା ଏବଂ ଭାଇରସ୍‌ ସହ ଲଢ଼ିବାପାଇଁ ଚୀନ୍‌ ଆମେରିକା ସହ ସମକକ୍ଷ କିମ୍ବା ଏହାଠାରୁ ଅଧିକ କ୍ଷମତାସମ୍ପନ୍ନ ବୋଲି ଜାଣିବାପାଇଁ ଲ୍ୟାବ୍‌ରେ ଏହି ଭାଇରସ୍‌ର ଅଧ୍ୟୟନ କରିଥିଲା। ସୁରକ୍ଷା ଅଭାବରୁ ଉହାନ୍‌ର ଏହି ଭୂତାଣୁବିଜ୍ଞାନ ଲ୍ୟାବ୍‌ର ଜଣେ ଇଣ୍ଟର୍ନ ପ୍ରଥମେ ଭାଇରସ୍‌ ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe