ଅନ୍ୟ କେହି ବି ‘ବାଲା ସାହେବ' କିଂବା ‘ଶିବସେନା’ ନାମକୁ ବ୍ୟବହାର କରିପାରିବେ ନାହିଁ: ଉଦ୍ଧବ ଠାକରେ

Advertisment
ଅନ୍ୟ କେହି ବି ‘ବାଲା ସାହେବ' କିଂବା ‘ଶିବସେନା’ ନାମକୁ ବ୍ୟବହାର କରିପାରିବେ ନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜନୈତିକ ଦଳ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆଇନଗତ ଯୁଦ୍ଧରେ ପଣିଣତ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଘାଡି ସରକାର ଏବଂ ଶିବସେନାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ଉପବାଚସ୍ପତି ନରହରୀ ଜିରୱାଲ ଅନାସ୍ଥ‌ା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ବିଦ୍ରୋହୀ ଗୋଷ୍ଠୀକୁ ଏକ ଝଟକା ଦେଇଛି। ଅନାସ୍ଥ‌ା ପ୍ରସ୍ତାବ ଖାରଜ ହେବା ପରେ ଏକନାଥ ସିନ୍ଦେଙ୍କ ସହ ଥିବା ବିଦ୍ରୋହୀ ଗୋଷ୍ଠୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଜଣାପଡ଼ିଛି।

ଏହା ସହ ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧ ଏବେ ନିର୍ବାଚନ ଆୟୋଗରେ ପହଞ୍ଚିଛି। ସିନ୍ଦେ ଏବେ ନିଜ ସମର୍ଥନରେ ଥିବା ବିଧ‌ାୟକଙ୍କୁ ନେଇ ନୂଆ ଦଳ ଶିବସେନା ବାଲାସାହେବ ଠାକରେ ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ନେଇ ଖବର ଆସିବା ପରେ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ ସିନ୍ଦେଙ୍କ ନୂଆ ଦଳ 'ବାଲା ସାହେବ' ଏବଂ 'ଶିବସେନା'ର ନାଁ ବ୍ୟବହାର କରିପାରିବେ ନାହିଁ। ମୁମ୍ବାଇରେ ଶିବସେନାର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବାଲ ଠାକରେଙ୍କ ନାମ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ। ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ବାଲାସାହେବ ଠାକରେଙ୍କ ନାଁର ଅପବ୍ୟବହାର ନହେବା ପାଇଁ ଶିବସେନା ନିର୍ବାଚନ ଆୟୋଗଙ୍କ ନିକଟକୁ ଯିବ ବୋଲି ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ଶିବ ସୈନିକମାନେ ରାସ୍ତାକୁ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଧାରା ୧୪୪ଲାଗୁ କରାଯାଇଛି। ଶିବ ସୈନିକଙ୍କ ଦଙ୍ଗାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ହାଇ ଆଲର୍ଟ ଜାରି କରିଛି ଏବଂ ସହରର ସମସ୍ତ ରାଜନୈତିକ କାର୍ଯ୍ୟାଳୟରେ ସୁରକ୍ଷା ସୁନିଶ୍ଚିତ କରିବାକୁ ସମସ୍ତ ପୁଲିସ ଷ୍ଟେସନକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe