ଅସ୍ତ୍ରୋପଚାର କରିବାକୁ ଆୟୁର୍ବେଦ ଡାକ୍ତରମାନଙ୍କୁ ଅନୁମତି

Advertisment
ଅସ୍ତ୍ରୋପଚାର କରିବାକୁ ଆୟୁର୍ବେଦ ଡାକ୍ତରମାନଙ୍କୁ ଅନୁମତି

Image Courtesy of Twentyfour News.com

ନୂଆଦିଲ୍ଲୀ: ଆୟୁର୍ବେଦ ଡାକ୍ତରମାନଙ୍କୁ ତାଲିମ ଦିଆଯାଇ ନାସା ଗଳା କର୍ଣ୍ଣ, ଚକ୍ଷୁ, ଅସ୍ଥିଶଲ୍ୟ ଏବଂ ଦନ୍ତ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାରର ସାଧାରଣ ଅସ୍ତ୍ରୋପଚାର କରାଇବା ନିମନ୍ତେ ଆଇନସମ୍ମତ ଅନୁମତି ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

କିନ୍ତୁ, ଏହି ଅସ୍ତ୍ରୋପଚାର ସବୁ ଆୟୁର୍ବେଦ ପ୍ରତିଷ୍ଠାନ ଓ ଡାକ୍ତରଖାନାମାନଙ୍କରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କରାଯାଉଛି। ଏହା ଆଇନସିଦ୍ଧ ବୋଲି ସ୍ପଷ୍ଟ କରିବାକୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା କଥା ‘ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆନ୍‌ ମେଡିସିନ୍‌’ର ଅଧ୍ୟକ୍ଷ କହିଛନ୍ତି।

publive-image Image Courtesy of TV9 Hindi

‘ଇଣ୍ଡିଆନ୍‌ ସେଣ୍ଟ୍ରାଲ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିସିନ୍‌ (ସ୍ନାତକୋତ୍ତର ଆୟୁର୍ବେଦ ଶିକ୍ଷା) ରେଗୁଲେସନ୍‌, ୧୦୧୬’କୁ ସଂଶୋଧନ କରାଯାଇ ଯେଉଁ ପଦ୍ଧତି ସବୁ ସାମଲି କରାଯିବ ସେ ସବୁ ନଭେମ୍ବର ୧୯ ତାରିଖର ଏହି ବିଜ୍ଞପ୍ତିରେ ତାଲିକାଭୁକ୍ତ ହୋଇଛି। କେନ୍ଦ୍ର ସରକାରଙ୍କ ମଞ୍ଜୁରିକ୍ରମେ ଏହି ସଂଶୋଧନ କରାଯାଇଥିବା କଥା ଏଥିରେ ଉଲ୍ଲେଖ ଅଛି।
ସ୍ନାତକୋତ୍ତର ଶିକ୍ଷାରେ ‘ଶଲ୍ୟତନ୍ତ୍ର’ (ସାଧାରଣ ଅସ୍ତ୍ରୋପଚାର) ଏବଂ ‘ଶାଲକ୍ୟତନ୍ତ୍ର’ (କର୍ଣ୍ଣ, ନାସା, ଗଳା, ମୁଣ୍ଡ ଏବଂ ଚକ୍ଷୁ ଅସ୍ତ୍ରୋପଚାର) ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି ବିଷୟରେ ବାସ୍ତବ ତାଲିମ ପାଇବେ। ସାଧାରଣ ଅସ୍ତ୍ରୋପଚାର ପଦ୍ଧତିରେ ମୃତ ଟିସ୍ୟୁ ବାହାର କରିବା, ଚର୍ମ ପ୍ରତିରୋପଣ କରିବା, ଲାପ୍ରୋଟମି (ପେଟ କାଟି ଖୋଲିବା) ଏବଂ ‘ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍‌’ (ଅନ୍ତଃନଳୀ) ଅସ୍ତ୍ରୋପଚାର ଆଦି ତାଲିମ ରହିବ। ‘ଶାକଲ୍ୟତନ୍ତ୍ର’ରେ ସେମାନେ ‘ଆଇରିସ୍‌ ପ୍ରୋଲାପ୍ସ’୍‍ ଅସ୍ତ୍ରୋପଚାର, ‘ସ୍କ୍ଵିଣ୍ଟ୍‌’ (ଟେରା) ଅସ୍ତ୍ରୋପଚାର, ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆଦି କ୍ଷେତ୍ରରେ ଉନ୍ନତ ଚକ୍ଷୁ ଅସ୍ତ୍ରୋପଚାର ଶିକ୍ଷା ଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe