ନୂଆ ଲକ୍‌ଡାଉନ୍‌ ନିୟମ ଭଙ୍ଗ କରି ୮ ଜଣ ଗିରଫ, ୧୭୯ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ

ନୂଆ ଲକ୍‌ଡାଉନ୍‌ ନିୟମ ଭଙ୍ଗ କରି ୮ ଜଣ ଗିରଫ, ୧୭୯ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ

www.hindustantimes.com

ନୋଇଡ଼ା: କରୋନା ଭାଇରସ୍‌ ପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହୋଇ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ହେବା ପରେ ଅନେକ ନିୟମରେ ପରିବର୍ତ୍ତନ ଆସିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନିୟମ ଭଙ୍ଗ କଲେ ଜରିମାନା ଦେବାକୁ ହେବ ବୋଲି ସରକାର ଘୋଷଣା କରିଛନ୍ତି। ତେବେ, ଏହି ନୂଆ ଲକ୍‌ଡାଉନ୍‌ ନିୟମ ଭଙ୍ଗ କରି ଗ୍ରେଟର୍‌ ନୋଏଡ଼ାରୁ ୮ ଜଣ ଗିରଫ ହୋଇ ସାରିଲେଣି। କେବଳ ସେତିକି ନୁହେଁ, ୧୭୯ ଜଣ ଗାଡ଼ି ମାଲିକଙ୍କ ନାମରେ ଚ‌ାଲାଣ କଟି ସାରିଲାଣି। ମଙ୍ଗଳବାର ଗୌତମ ବୁଦ୍ଧ ନଗର ପୁଲିସ୍‌ ଷ୍ଟେସନ୍‌ରୁ ଏପରି ଖବର ମିଳିଛି।

ନୂଆ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମଙ୍ଗଳବାର ୫ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିବା ବେଳେ ୮ ଜଣ ଲୋକଙ୍କୁ ଗିରଫ କରାଯାଇଛି। ଜିଲ୍ଲାରେ ଥିବା ୨୦୦ ବ୍ୟାରିୟର୍‌ ପଏଣ୍ଟ୍‌ରେ ସମୁଦାୟ ୮୦୩ଟି ଯାନକୁ ଚେକ୍‌ କରାଯାଇଛି। ୧୭୯ ଜଣ ଗାଡ଼ି ମାଲିକଙ୍କ ନାମରେ ଚାଲାଣ କଟାଯାଇଛି ବୋଲି ପୁଲିସ୍‌ ସୂଚନା ଦେଇଛି।

publive-image Republic World

ଭାରତୀୟ ପିଙ୍ଗଳ କୋଡ୍‌ର ୧୮୮ ଧାରା ଅଧୀନରେ ଏହି ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେହିପରି ଦିଲ୍ଲୀଠାରେ ଲକ୍‌ଡାଉନ୍‌ ସମୟରେ କେବଳ ଆବଶ୍ୟକୀୟ ସେବା ପାଇଁ ଅନୁମତି ମିଳିଛି। ଯେଉଁମାନଙ୍କ ନିକଟରେ ଜିଲ୍ଲା କର୍ତ୍ତୃପକ୍ଷଙ୍କଠାରୁ ମଞ୍ଜୁରୀ କରାଇଥିବା ପାସ୍‌ ଥିବ ସେଇମାନେ ହିଁ  ବିନା ବାଧାରେ ଯାତୟାତ କରିପାରୁଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌କୁ ରୋକିବା ପାଇଁ ଗତ ଏପ୍ରିଲ୍‌ରେ ନୋଏଡ଼ାର ଜିଲ୍ଲା କର୍ତ୍ତୃପକ୍ଷ ଓ ଦିଲ୍ଲୀ ମଧ୍ୟରେ ପରିବହନକୁ ବନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe