ମହିଳାଙ୍କୁ ଅସଦାଚରଣ କରିଥିବା ନୋଏଡା ଯୁବକଙ୍କ ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ପହଞ୍ଚିଲା ଜିଏସଟି ଟିମ୍

Advertisment
ମହିଳାଙ୍କୁ ଅସଦାଚରଣ କରିଥିବା ନୋଏଡା ଯୁବକଙ୍କ ବେଆଇନ ନିର୍ମାଣ ଭଙ୍ଗାଯିବା ପରେ ପହଞ୍ଚିଲା ଜିଏସଟି ଟିମ୍

ନୂଆଦିଲ୍ଲୀ: ନୋଏଡାର ଏକ ହାଉସିଙ୍ଗ୍‌ ସୋସାଇଟିରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲେ ଶ୍ରୀକାନ୍ତ ତ୍ୟାଗୀ। ଏହି ଘଟଣା ସାମ୍ନାକୁୁ ଆସିବା ପରେ ତାଙ୍କ ବିରୋଧରେ ୟୁପି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିଜକୁ ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗି ନିଜ ଜାଗାଠୁ ଅଧିକ ଆଗକୁ ମଡ଼ାଇ ନିର୍ମାଣ କରିଥିବା ଘର ଭଙ୍ଗାଯିବା ପରେ ବର୍ତ୍ତମାନ ଜିଏସ୍ଟି ଟିମ୍ ଶ୍ରୀକାନ୍ତ ତ୍ୟାଗୀଙ୍କ ଦୋକାନ ଉପରେ ଚଢ଼ଉ କରିବା ପାଇଁ ନୋଏଡାର ଭଙ୍ଗେଲ ଅଞ୍ଚଳରେ ପହଞ୍ଚିଛନ୍ତି। ଏଠାରେ ତ୍ୟାଗୀଙ୍କର ପ୍ରାୟ ୧୫ଟି ଦୋକାନ ଅଛି। ଜିଏସ୍ଟି ଟିମ ଭଙ୍ଗେଲ ଅଞ୍ଚଳରେ ଥିବା ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗୀଙ୍କ ଦୋକାନରେ ପହଞ୍ଚି ସବୁ କାଗଜପତ୍ରଗୁଡିକ ଯାଞ୍ଚ କରୁଛନ୍ତି। ଏହି ବଜାରରୁ ଶ୍ରୀକାନ୍ତ ତ୍ୟାଗୀ ଲକ୍ଷ ଲକ୍ଷ ଟଙ୍କା ଭଡା ପାଉଥିବା ସାମ୍ନାକୁ ଆସିଛି।

ଏହାପୂର୍ବରୁ ସରକାରୀ କର୍ତ୍ତୃପକ୍ଷମାନେ ପୁଲିସ କର୍ମଚାରୀମାନଙ୍କ ସହିତ ନଇଡ଼ା ସେକ୍ଟର୍‌-୯୩ବି ସ୍ଥିତ ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ସୋସାଇଟି’ରେ ପହଞ୍ଚି ଅଭିଯୁକ୍ତଙ୍କ ବେଆଇନ ନିର୍ମାଣକୁ ଭାଙ୍ଗିଥିଲେ।

publive-image aajtak

ଉଲ୍ଲେଖଯୋଗ୍ୟ, ଅଳ୍ପ କିଛି ଦିନ ତଳେ ‘ଗ୍ରାଣ୍ଡ୍‌ ଓମାକ୍ସ୍‌ ସୋସାଇଟି’ରେ ବିଜେପି କିଷାନ୍‌ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା। ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ‌ବୋଲି ମହିଳାଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ।

ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍‌ ହୋଇ ପୁଲିସରେ ଅଭିଯୋଗ ହେବା ଓ ସେ ଦଳର ସଦସ୍ୟ ନୁହନ୍ତି ‌ବୋଲି ‘ବିଜେପି’ ସ୍ପଷ୍ଟ କରିବା ପରେ ତ୍ୟାଗୀ ଫେରାର ହୋଇଯାଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ଏହି ମାମଲାରେ ଅବହେଳା କରିଥିବାରୁ ନଇଡ଼ା ଫେଜ୍‌୨ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ ଉପାଧ୍ୟାୟଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe