ସପିଙ୍ଗ୍‌ ମଲ୍‌ର ୩ୟ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

Advertisment
ସପିଙ୍ଗ୍‌ ମଲ୍‌ର ୩ୟ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ନୋଏଡା: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ନିକଟ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ସପିଙ୍ଗ୍‌ ମଲରୁ ଡେଇଁ ଶନିବାର ଜଣେ ଯୁବତୀ ଆତ୍ମହତ୍ୟା କରିଛି। ପୁଲିସକୁ ଘଟଣାସ୍ଥଳରୁ ଏକ ସୁସାଇଡ ନୋଟ ହସ୍ତଗତ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ନୋଏଡା ସେକ୍ଟର-୩୯ ଥାନା ଅନ୍ତର୍ଗତ ଜିଆଇପି ସପିଙ୍ଗ୍‌ ମଲରେ ଶନିବାର ପ୍ରବଳ ଭିଡ଼ ଥିବା ବେଳେ ୩ୟ ମହଲାରୁ ଡେଇଁ ଶିବାନୀ ନାମରେ ଜଣେ ଯୁବତୀ ଡେଇଁ ଥିଲେ। ତଳେ ପଡ଼ିବା ମାତ୍ରେ ଶିବାନୀଙ୍କ ଜୀବନ ଚାଲି ଯାଇଛି। ଘଟଣା ପରେ ଥାନାକୁ ସୂଚନା ଦିଆଯିବା ପରେ ପୁଲିସ ପହଞ୍ଚିଛି। ପୁଲିସ ଯୁବତୀର ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଯୁବତୀଙ୍କ ନିକଟରୁ ଏକ ସୁସାଇଡ ନୋଟ୍‌ ହସ୍ତଗତ ହୋଇଛି, ଯେଉଁଥିରେ ମୃତକଙ୍କ ନାମ ଶିବାନୀ ବୋଲି ପରିଚୟ ମିଳିଛି।

ସୁସାଇଡ ନୋଟକୁ ଦେଖି ପ୍ରଥମେ ପ୍ରେମ ପ୍ରସଙ୍ଗ ନେଇ ଏହି ଘଟଣା ଘଟିଛି ବୋଲି ପୁଲିସ ସନ୍ଦେହ କରିଥିଲା। ପରିବାର ଲୋକଙ୍କୁ ସୂଚନା ଦେବା ପରେ ପୁଲିସ ବିଭିନ୍ନ ଘଟଣା ଆଧାରରେ ମାମଲାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe