ଇଂରାଜିରେ ଫେଲ୍‌ ହେବା ଭୟରେ ଆତ୍ମହତ୍ୟା କରିଥିବା ଛାତ୍ରୀ ୮୨ ନମ୍ବର ରଖି ପାସ୍‌

ଇଂରାଜିରେ ଫେଲ୍‌ ହେବା ଭୟରେ ଆତ୍ମହତ୍ୟା କରିଥିବା ଛାତ୍ରୀ ୮୨ ନମ୍ବର ରଖି ପାସ୍‌

BCCL/ REPRESENTATIONAL IMAGE

ନୋଇଡ଼ା: ପିଲାମାନେ ବେଶି ନମ୍ବର ରଖିଲେ ପରିବାର ଲୋକ ଖୁସି ହୁଅନ୍ତି। ମାତ୍ର ନୋଇଡ଼ାର ଏକ ପରିବାର ଲୋକ ନିଜ ଝିଅର ଅଧିକ ନମ୍ବର ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଇଂରାଜି ପରୀକ୍ଷାରେ ଫେଲ୍‌ ହେବା ଭୟରେ ସିବିଏସ୍‌ଇ ଦଶମ ପରୀକ୍ଷା ଦେଇ ସାରିବା ପରେ ନୋଇଡ଼ାର ଜଣେ ୧୮ ବର୍ଷୀୟା ଝିଅ ଆତ୍ମହତ୍ୟା କରିବା ଘଟଣା ତାଙ୍କ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଥିଲା। ମାତ୍ର ତା’ଠାରୁ ବି ବଡ଼ ଧକ୍କା ଦେଇଛି ଝିଅଟିର ପରୀକ୍ଷା ଫଳାଫଳ। ସୋମବାର ସିବିଏସି ଦଶମ ଫଳାଫଳ ବାହାରିଛି। ଫଳାଫଳ ବାହାରିବାରୁ ଜାଣିବାରୁ ମିଳିଛି ଯେ ଇଂରାଜିରେ ଫେଲ୍‌ ହେବା ଭୟରେ ଆତ୍ମହତ୍ୟା କରିଥିବା ଝିଅଟି ଇଂରାଜିରେ ୮୨ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛି।

ଶସ୍ମିତା ରାଉତ ନାମକ ଏହି ଝିଅଟି ପରୀକ୍ଷା ଦେବା ପରେ ଖୁବ୍‌ ମନ ଦୁଃଖ କରିଥିଲା। ଇଂରାଜିରେ ଫେଲ୍‌ ହୋଇଯିବ ବୋଲି ଚିନ୍ତା କରି ଖୁବ୍‌ ଭାଙ୍ଗି ପଡ଼ିଥିଲା। ଝିଅଟି ନୋଇଡ଼ା ସେକ୍ଟର ୬୩ର ନ୍ୟୁୟୁ ସୈନିକ ପବ୍ଲିକ୍‌ ସ୍କୁଲ୍‌ରେ ପାଠ ପଢୁଥିଲା।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ ଜଣେ ଭଲ ଚିତ୍ରକର। ସେ ତାଙ୍କ ଚିତ୍ର ପାଇଁ ପିଲାଟି ଦିନରୁ ଅନେକ ସମ୍ମାନ ପାଇଛନ୍ତି। ସେ ଜଣେ ଫେସନ୍‌ ଡିଜାଇନର୍‌ ହେବାକୁ ଚାହୁଁଥିଲେ। ମାତ୍ର ତାଙ୍କ ବାପା ଚାହୁଁଥିଲେ ସେ ଜଣେ ଶିକ୍ଷୟିତ୍ରୀ ହୁଅନ୍ତୁ ବୋଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe