ଶବବ୍ୟବଚ୍ଛେଦ ଗୃହରେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ସଫେଇକର୍ମଚାରୀ

Advertisment
ଶବବ୍ୟବଚ୍ଛେଦ ଗୃହରେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ସଫେଇକର୍ମଚାରୀ

ନୂଆଦିଲ୍ଲୀ: ନୋଏଡାର ସେକ୍ଟର -୧୯ସ୍ଥିତ ଶବବ୍ୟବଚ୍ଛେଦ ଗୃହରୁ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଶବ ବ୍ୟବଚ୍ଛେଦ ଗୃହରୁ ଜଣେ ସ‌ଫେଇକର୍ମଚାରୀ ଓ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଶବବ୍ୟବଚ୍ଛେଦ ଗୃହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକେ ପୁଲିସକୁ ପ୍ରଶ୍ନ କରିଛନ୍ତି, ଏପରି ଶବ ବ୍ୟବଚ୍ଛେଦ ଗୃହରେ ବାହାର ଲୋକ ପ୍ରବେଶ କରିବାଦ୍ବାରା ଶବ ସହିତ କିଛି ବି କରି ଆବଶ୍ୟକ ଥିବା ପ୍ରମାଣ ନଷ୍ଟ କରାଯାଇ ପାରେ।  ପୁଲିସ ଏହି ଘଟଣାରେ ତତ୍ପରତା ଦେଖାଇ ଏହି ଘଟଣାରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅନ୍ୟକୁ ଗିରଫ ପାଇଁ ତଦନ୍ତ ଜାରି ରଖିଛି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ବ୍ୟବଚ୍ଛେଦଗୃହର ଡିପ ଫ୍ରିଜର ଥିବା କୋଠରିରେ ଜଣେ ବାହାର ମହିଳାଙ୍କ ସହିତ ସଫେଇ କର୍ମଚାରୀ ଆପତ୍ତିଜନକ ଅବସ୍ଥାରେ ଶୋଇଥିଲେ। କୌଣସି କାମରେ ହସ୍ପିଟାଲର ଜଣେ କର୍ମଚାରୀ ଶବବ୍ୟବଚ୍ଛେଦ ଗୃହ ଭିତରକୁ ପଶି ଆସିବା ପରେ ସେ ଏହି ଘଟଣା ଦେଖି ଚକିତ ହୋଇଯାଇଥିଲେ। ପ୍ରମାଣ ସ୍ବରୁପ ଭାବେ ସେ ସଙ୍ଗେସଙ୍ଗେ ଫୋନ ବାହାର କରି ସଫେଇ କର୍ମଚାରୀଙ୍କ ଲଜ୍ଜାକର କାମକୁ ରେକର୍ଡ କରି ପୁଲିସରେ ଖବର ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଏକ ସ୍ଥାନରେ ସଫେଇକର୍ମଚାରୀ ଏମିତି କାମ କରିବା ପାଇଁ କେମିତି ଚିନ୍ତା କରି ପାରିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe