ନୋଏଡା: ପାଠପଢ଼ା ଚାଲୁଥିବା ସମୟରେ ଶ୍ରେଣୀଗୃହ ଭିତରେ ଥିବା ଏସିରୁ ବାହାରିଲା ସାପ । ସାପକୁ ଏସି ଭିତରୁ ବାହାରକୁ ଆସୁଥିବା ଦେଖି ଭୟଭୀତ ହେଲେ ଛାତ୍ରଛାତ୍ରୀ । ଏହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସାପକୁ ଦେଖି ଛାତ୍ରଛାତ୍ରୀମାନେ କିଭଳି ପ୍ରତିକ୍ରିୟା ଦେଇଥିଲେ ତାହା ସାମ୍ନାକୁ ଆସିଛି।
ନୋଏଡାସ୍ଥିତ ଆମିଟି ବିଶ୍ୱବିଦ୍ୟାଳୟରେ ଏହି ଘଟଣା ଘଟିଛି ​​| ସକାଳ ସମୟରେ ପାଠପଢ଼ା ଚାଲିଥିବା ବେଳେ ପ୍ରଫେସର ପାଠ ପଢ଼ାଉଥିଲେ। ଏହି ସମୟରେ କିଛି ଛାତ୍ରଛାତ୍ରୀଙ୍କ ଆଖି ଏସି ଉପରେ ପଡିଥିଲା ​​। ଭିତରୁ ହଠାତ୍ କଳା ରଙ୍ଗର ସାପ ବାହାରି ଆସୁଥିବା ଦେଖି ଛାତ୍ରଛାତ୍ରୀମାନେ ପାଟି କରିବାକୁ ଲାଗିଥିଲେ।
ଏହା ଦେଖି ପଢ଼ାଉଥିବା ପ୍ରଫେସର ସେମାନଙ୍କୁ ଶାନ୍ତ ରହିବାକୁ କହିଥିଲେ। ତେବେ ପରେ କ’ଣ ଘଟିଲା, ତାହାର ସୂଚନା ମିଳିପାରି ନାହିଁ। ବର୍ଷା ଦିନ ପାଇଁ ସାପ ବାହାରିବା ଅତି ସାଧାରଣ। ହେଲେ ଏଭଳି ଏସି ଭିତରକୁ ସାପ ବାହାରିବାଟା ଆଶ୍ଚର୍ଯ୍ୟ କରୁଛି ନିଶ୍ଚୟ।
Follow Us