ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଆରମ୍ଭ: ୨୬ ଏପ୍ରିଲ୍‌ରେ ହେବ ମତଦାନ

ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଆରମ୍ଭ: ୨୬ ଏପ୍ରିଲ୍‌ରେ ହେବ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ବୁଧବାର ଦିନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ୨୮ ମାର୍ଚ୍ଚ ଗୁରୁବାର ଠାରୁ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଏପ୍ରିଲ୍ ୧୯ ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ୨୬ ଏପ୍ରିଲରେ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୮୯ ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଉତ୍ତରପ୍ରଦେଶର ୮ ଟି ଆସନ ପାଇଁ ଭୋଟିଂ ମଧ୍ୟ ଅନୁଷ୍ଠିତ ହେବ। ଏଥିମଧ୍ୟରେ ଗାଜିଆବାଦ, ଗୌତମ ବୁଦ୍ଧ ନଗର ,ବୁଲନ୍ଦସହର ମିରଟ, ବାଗପତ, ଆମ୍ରୋହା, ଆଲିଗଡ ଏବଂ ମଥୁରା ଲୋକସଭା ଆସନ ଅନ୍ତର୍ଭୁକ୍ତ।
ଏହି ୮ ଟି ଲୋକସଭା ଆସନରେ ମୋଟ ୧ କୋଟି ୬୭ ଲକ୍ଷ ଭୋଟର ଅଛନ୍ତି। ଯେଉଁଥିରେ ୯୦ ଲକ୍ଷ ୧୧ ହଜାର ପୁରୁଷ ଭୋଟର ଏବଂ ୭୭ ଲକ୍ଷ ୩୮ ହଜାର ମହିଳା ଭୋଟର ଅଛନ୍ତି। ଯେତେବେଳେ କି ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୭୮୭ ରହିଛି। ଏହି ନିର୍ବାଚନମଣ୍ଡଳୀରେ ମୋଟ ୭୭୯୭ ମତଦାନ କେନ୍ଦ୍ର ଏବଂ ୧୭,୬୭୭ ପୁଲିଂ ବୁଥ୍ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ୨୬ ଏପ୍ରିଲରେ ମଧ୍ୟ ମଣିପୁର ଲୋକସଭା ଆସନର ଏକ ଅଂଶରେ ୧୩ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe