ଇମ୍ରାନ ଖାନଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

Advertisment
ଇମ୍ରାନ ଖାନଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

indiatoday

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଖାତୁନ୍ ଜଜ୍ ଜେବା ଚୌଧୁରୀଙ୍କୁ ଧମକ ଦେବା ମାମଲାରେ ସିଭିଲ୍ ଜଜ୍ ଜିଲ୍ଲା ସେସନ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।

ପାକିସ୍ତାନ ତେହେରିକ-ଇ-ଇନସାଫ ଅଧ୍ୟକ୍ଷ ଇମ୍ରାନ ଖାନ ଆଜି କୋର୍ଟରେ ହାଜର ହେବାର ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଇମ୍ରାନ ଖାନ କୋର୍ଟରେ ଉପସ୍ଥିତି ଛାଡ଼ କରିବା ପାଇଁ ଅନୁରୋଧ କରିଥିଲେ। ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ କୋର୍ଟ ଇମ୍ରାନ ଖାନଙ୍କ ଏହି ଆବେଦନକୁ ଖାରଜ କରି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହା ସହ ମାର୍ଚ୍ଚ ୨୯ରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉ‌ଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଇମ୍ରାନ ଖାନ ତାଙ୍କ ସହାୟକ ଶାହବାଜ ଗିଲଙ୍କ ସହ ଏକ ରାଜନୈତିକ ରାଲି କରିଥିଲେ ଏବଂ ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ସେହି ଅଭିଭାଷଣରେ ଇମ୍ରାନ ଖାନ ବିଚାରପତି ଜେବା ଚୌଧୁରୀଙ୍କୁ ଧମକ ଦେଇ କହିଥିଲେ ଯେ, ସେ ନିଜକୁ ପ୍ରସ୍ତୁତ ରଖିବା ଉଚିତ୍, କାରଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇମ୍ରାନ ଖାନଙ୍କ ଏହି ମନ୍ତବ୍ୟ ପରେ ତୁରନ୍ତ ବିଚାରପତିଙ୍କୁ ଧମକ ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe