Image Courtesy of India Today
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲ୍ୱାମା ଅନ୍ତର୍ଗତ ଗଡୂରା ଅଞ୍ଚଳରେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମଜୀବୀଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିବାରୁ ଜଣେ ଶ୍ରମଜୀବୀଙ୍କର ମୃତ୍ୟୁ ଘଟିଛି ଏବଂ ୨ଜଣ ଶ୍ରମଜୀବୀ ଆହତ ହୋଇଥିବା କଥା ପୁଲିସ କହିଛି।
ମୃତ ଶ୍ରମଜୀବୀ ହେଉଛନ୍ତି ବିହାରରୁ ଆସିଥିବା ଜଣେ ସଂଖ୍ୟଲଘୁ ସମ୍ପ୍ରଦାୟର ବ୍ୟକ୍ତି।
ପୁଲିସ କହିବା ଅନୁସାରେ, ନିହତ ଶ୍ରମଜୀବୀଙ୍କ ନାମ ମହମ୍ମଦ୍ ମମ୍ତାଜ୍ ଓ ସେ ବିହାର ରାଜ୍ୟର ସକ୍ୱା ପାର୍ସାର ବାସିନ୍ଦା। ଆହତମାନେ ହେଉଛନ୍ତି ମହମ୍ମଦ୍ ଆରିଫ୍ ଏବଂ ମହମ୍ମଦ୍ ମଜ୍ବୁଲ୍। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇଛି।
Image Courtesy of NDTV୨୦୧୯ ଅକ୍ଟୋବର ମାସରୁ ଆତଙ୍କବାଦୀମାନେ ଅଣ-ସ୍ଥାନୀୟ ଶ୍ରମଜୀବୀମାନଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ଆତଙ୍କବାଦୀମାନେ ରାଜ୍ୟ ବାହାରର ଶ୍ରମଜୀବୀମାନଙ୍କ ଉପରେ ଆକ୍ରମଣ କରୁଥିଲେ। କିନ୍ତୁ, ପ୍ରାୟ ଦୁଇ ମାସ ହେବ ଏ ଧରଣର ଟାର୍ଗେଟ୍ ହତ୍ୟା ବନ୍ଦ ଥିଲା।
କିଛି ମାସ ପୂର୍ବେ କଶ୍ମୀର ପଣ୍ଡିତ ଓ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ସୁରକ୍ଷା ବଳ ପ୍ରତି ଗୁରୁତ୍ବପୂର୍ଣ୍ଣ ଚାଲେଞ୍ଜ୍ ଥିଲା।
ସୂଚନାଯୋଗ୍ୟ, ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୪ର୍ଥ ବାର୍ଷିକୀ ପୂର୍ବଦିନ ଏଭଳି ଅଭାବନୀୟ ଘଟଣା ଘଟିଛି। ଆଜି ଆଞ୍ଚଳିକ ରାଜନୈତିକ ଦଳ ସବୁ ଆଜିର ଦିନକୁ ଜମ୍ମୁ ଓ କଶ୍ମୀର ଇତିହାସରେ କଳାଦିବସ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି।
Follow Us