ମାଲେସିଆରେ ପ୍ରବାସୀ ଓଡ଼ିଆ ପାଳିଲେ ଦୀପାବଳି

ମାଲେସିଆରେ ପ୍ରବାସୀ ଓଡ଼ିଆ ପାଳିଲେ ଦୀପାବଳି

ନୂଆଦିଲ୍ଲୀ: ପବିତ୍ର ଦିପାବଳୀ ଉତ୍ସବ ମାଲେସିଆ ଓଡ଼ିଆ ସମଦାୟ ପକ୍ଷରୁ ଆଜି ପାଳନ କରାଯାଇଛି l ରାଜଧାନୀ କୁଆଲାମ୍ପୁରର ଏକ ବର୍ଣ୍ଣାଢ୍ୟ ମଞ୍ଚରେ ଏହି ଉତ୍ସବ ଶହ ଶହ ପ୍ରବାସୀ ଓଡିଆ ଏକତ୍ରିତ ହୋଇ ଦୀପାବଳି ପାଳନ କରିଛନ୍ତି। ଓଡ଼ିଶାର କିଛି ଜଣାଶୁଣା କଳାକାର ଏହି ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ଶଶାଙ୍କ, ରୋଜାଲିନ,ଲୋପା ମୁଦ୍ରାଙ୍କ ଟିମ୍ ସରୋଜ ସାମଲଙ୍କ ତତ୍ୱାବଧାନରେ ଓଡିଆ ଗୀତର ଧୁନରେ ଝୁମାଇଛନ୍ତି ପ୍ରବସୀ ଓଡିଆଙ୍କୁ। ମୁଖ୍ୟଅତିଥି ଭାବେ ଭାରତର ବୈଦେଶିକ ସଂଯୁକ୍ତ ସଚିବ ନିଖିଳେଶ୍ ଗିରି ଏବଂ ଓଡିଆ ନାୟିକା ଅନୁ ଚୌଧୁରୀ ଉପସ୍ଥିତ ରହି ମାଲେସିଆ ଓଡିଆର ପ୍ରଥମ ସ୍ମରଣିକା "ଅଭିପ୍ସା"କୁ ଉନ୍ମୋଚନ କରିଛନ୍ତି।

ଏଥିପାଇଁ  ସମସ୍ତ ପ୍ରବାସୀ ଓଡିଆଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟିହେବା ସହ ମାତୃଭାଷାପ୍ରତି ଭଲପାଇବାର ଭାବନା ସୁଦୃଢ ହୋଇପାରିଛି। ସଂଗଠନର ସଭାପତି ଦୀପ୍ତି ରଞ୍ଜନ ନନ୍ଦ,ସଂପାଦକ ସ୍ନିଗ୍ଧା ମିଶ୍ର ଏହି ଉତ୍ସବ ପରିଚାଳନା କରିଛନ୍ତି ଏବଂ ଅନ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଏହି ଉତ୍ସବକୁ  ସଞ୍ଜୟ ଦାଶଙ୍କ କୁଆଲାଲୁମ୍ପୁରସ୍ଥିତ "ଏସ୍ ଡି ଗ୍ଲୋବାଲ୍" କମ୍ପାନୀର ସହଯୋଗରେ ଖୁବ୍ ଆକର୍ଷଣୀୟ କରା ଯାଇପାରିଛି ବୋଲି ପ୍ରବାସୀ ଓଡ଼ିଆ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe