ବିମାନ ବନ୍ଦର ଦେଇ ୧୫ ଦେଶକୁ ବ୍ୟାପିଛି କରୋନା ଭାଇରସ: ଦିଲ୍ଲୀ,ମୁମ୍ବାଇ ଓ କୋଲକାତା ବିମାନ ବନ୍ଦର ସମ୍ବେଦନଶୀଳ

Advertisment

ସଂକ୍ରମଣ ଭୟ ଥିବା‌ ସମ୍ବେଦନଶୀଳ ୨୦ ରାଷ୍ଟ୍ର ମଧ୍ୟରେ ୧୭ତମ ସ୍ଥାନରେ ଭାରତ

ସଂକ୍ରମଣ ଭୟ ଥିବା‌ ସମ୍ବେଦନଶୀଳ ୨୦ ରାଷ୍ଟ୍ର ମଧ୍ୟରେ ୧୭ତମ ସ୍ଥାନରେ ଭାରତ

ବିମାନ ବନ୍ଦର ଦେଇ ୧୫ ଦେଶକୁ ବ୍ୟାପିଛି କରୋନା ଭାଇରସ: ଦିଲ୍ଲୀ,ମୁମ୍ବାଇ ଓ କୋଲକାତା ବିମାନ ବନ୍ଦର ସମ୍ବେଦନଶୀଳ

Traveller

ନୂଆଦିଲ୍ଲୀ: ଚୀନ୍‌ର ଉହାନ୍‌ରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଏବେ ପୃଥିବୀର ୧୫ ଦେଶକୁ ବ୍ୟାପି ସାରିଛି। ବିଭିନ୍ନ ଦେଶକୁ କରୋନା ଭାଇରସ ବ୍ୟାପିବାର ପ୍ରମୁଖ ମାଧ୍ୟମ ବିମାନ ବନ୍ଦର ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। କେବଳ ଉହାନ୍‌ ବିମାନ ବନ୍ଦର ଦେଇ ବିଶ୍ବର ୧୫ ଦେଶକୁ କରୋନା ଭାଇରସ ସଂକ୍ରମିତ ହୋଇଛି। କରୋନା ଭାଇରସ ସଂକ୍ରମଣ ଭୟ ଥିବା‌ ପ୍ରମୁଖ ସମ୍ବେଦନଶୀଳ ୨୦ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି ବୋଲି ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଥି‌ରେ ଭାରତ ୧୭ତମ ସ୍ଥାନରେ ରହିଛି।

publive-image photo-barandbench.com

ଜର୍ମାନୀ ହମ୍‌ବୋଲ୍‌ଟ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ‘୨୦୧୯ ନଭେଲ କରୋନା ଭାଇରସ ଗ୍ଲୋବାଲ ରିସ୍କ ଆସେସମେଣ୍ଟ’ ଶୀର୍ଷକ ଗବେଷଣା କରାଯାଇଥିଲା। ବିଶ୍ବର ୪,୦୦୦ ବିମାନ ବନ୍ଦରରେ ଏହି ଅନୁଧ୍ୟାନ କରାଯାଇଥିଲା। ତେବେ କରୋନା ଭାଇରସ ସଂକ୍ରମଣ ନେଇ ଭାରତର ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ମୁମ୍ବାଇର ଛତ୍ରପତି ଶିବାଜୀ ବିମାନବନ୍ଦର, କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦର ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଏହି ଗ‌ବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକାରେ ବେଙ୍ଗାଲୁରୁ, ‌ଚେନ୍ନାଇ, ହାଇଦରାବାଦ ଓ କୋଚି ବିମାନ ବନ୍ଦର ମଧ୍ୟ ଅସୁରକ୍ଷିତ ବୋଲି ଦର୍ଶାଯାଇଛି। ଏହିସବୁ ବିମାନବନ୍ଦରରେ କରୋନା ଭାଇରସ ସଂକ୍ରମଣ ଭୟ ଅଧିକ ବୋଲି ଏହି ଗବେଷଣା ରିପୋର୍ଟ ପ୍ରକାଶ କରିଛି।

ବିମାନ ବନ୍ଦର ଦେଇ କରୋନା ଭାଇରସ ସଂକ୍ରମଣର ଭୟ ସବୁଠୁ ବେଶି ରହିଛି। ଚୀନ୍‌ର ଉହାନ୍‌ ବିମାନ ବନ୍ଦର ଦେଇ ବିଶ୍ବର ଅନ୍ୟାନ୍ୟ ବିମାନ ବନ୍ଦରରେ କରୋନା ଭାଇରସ ସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଏହା ମଧ୍ୟରେ ଉହାନ୍‌ ବିମାନ ବନ୍ଦରକୁ ବନ୍ଦ କରାଯାଇଥିଲେ ମଧ୍ୟ କରୋନା ଭାଇରସ ବିଭିନ୍ନ ବିମାନ ବନ୍ଦର ଦେଇ ଭିନ୍ନଭିନ୍ନ ଦେଶକୁ ସଂକ୍ରମିତ ହୋଇ ସାରିଲାଣି। ଉହାନ୍‌ ବିମାନ ବନ୍ଦର ଦେଇ ବିଶ୍ବର ୧୫ଟି ଦେଶକୁ କରୋନା ଭାଇରସ ସଂକ୍ରମିତ ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe