erre Photograph: (err)
ଜାଲନା(ମହାରାଷ୍ଟ୍ର): ମହାରାଷ୍ଟ୍ରର ଜାଲନାରେ କ୍ରିକେଟ୍ ଖେଳୁଥିବା ବେଳେ ଜଣେ ଖେଳାଳିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଜାଲନାରେ ଥିବା ଡକ୍ଟର ଫ୍ରେଜର ବଏଜ୍ ଗ୍ରାଉଣ୍ଡରେ ଆୟୋଜିତ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଖେଳାଳି ହଠାତ୍ ପଡ଼ିଆରେ ବସିପଡ଼ିଥିଲେ ଏବଂ ଧୀରେ ଧୀରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ଉପସ୍ଥିତ ଲୋକମାନେ କିଛି ବୁଝିପାରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଖେଳାଳି ମୁମ୍ବାଇର ନାଲାସୋପାରା ନିବାସୀ ବିଜୟ ପଟେଲ ଥିଲେ ବୋଲି ଜଣାପଡିଛି।
ଖ୍ରୀଷ୍ଟମାସ ଅବସରରେ ଆୟୋଜିତ 'ଖ୍ରୀଷ୍ଟମାସ ଟ୍ରଫି କ୍ରିକେଟ୍ ମ୍ୟାଚ୍' ସମୟରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା। ସେ ରନର ପାର୍ଶ୍ବରେ ଛିଡା ହୋଇଥିବା ବେଳେ ହଠାତ୍ ବିଜୟ ପଟେଲଙ୍କର ହୃଦଘାତ ହୋଇଥିଲା।। ପଡ଼ିଆରେ ଉପସ୍ଥିତ ସାଥୀ ଖେଳାଳି ଏବଂ ଆୟୋଜକମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଏହା ଫଳରେ ଡାକ୍ତରଖାନା ନେବା ପୂର୍ବରୁ ହିଁ ବିଜୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
Follow Us