ମାନସିକ ଅନଗ୍ରସର ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀକୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍‌ କୋର୍ଟ

Advertisment
ମାନସିକ ଅନଗ୍ରସର ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀକୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ସୁପ୍ରିମ୍‌ କୋର୍ଟ

Image Courtesy: Live Law

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଜନୈକା ନାବାଳିକାକୁ ଅପହରଣ କରିନେବା ପରେ ଦୁଷ୍କର୍ମ କରି ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ଆଜି (ଶୁକ୍ରବାର) ଦିନ କାଏମ ରଖିଛନ୍ତି। ପୀଡ଼ିତା ସାଢେ ସାତ ବର୍ଷର ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା ଅପରାଧକୁ ନିଷ୍ଠୁର ଏବଂ ଅମାନବୀୟ ବୋଲି ଉଳ୍ଲେଖକରି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଆଗତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଏଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଦୀନେଶ ମହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାରେ ଅଭିଯୁକ୍ତ ମନୋଜ ପ୍ରତାପ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ନିଶ୍ଚିତ କରିଛନ୍ତି ଏବଂ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନକୁ ଖାରଜ କରି ଦେଇଛନ୍ତି।

publive-image

ଶୀର୍ଷ ଅଦାଲତ ସୁପ୍ରମ୍‌କୋର୍ଟ କହିିଛନ୍ତି ଯେ ନିରୀହ ପୀଡିତାଙ୍କୁ ମୋଟରସାଇକେଲରେ ଅପହରଣ କରି ତାଙ୍କୁ ଅତି ନିର୍ମମ ଏବଂ ଅମାନବୀୟ ଭାବରେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିଲା। ଶୀର୍ଷ ଅଦାଲତ ଅପରାଧର ପ୍ରକୃତିକୁ ଉଲ୍ଲେଖ କରି ଏହାକୁ ଚରମ ଭ୍ରଷ୍ଟାଚାର ବୋଲି କହଛନ୍ତି, ଯାହା ବିବେକକୁ ଚକିତ କରିଥାଏ। ବିଶେଷ କରି ସାଢେ ସାତ ବର୍ଷର ମାନସିକ ଏବଂ ଶାରୀରିକ ଅନଗ୍ରସର ଥିବା ନାବାଳିକା ଅସହାୟ ପୀଡିତାଙ୍କ ପ୍ରତି ଏଧରଣର ଅପରାଧ ସଂପୂର୍ଣ୍ଣ ଅମାନବୀୟ ଓ ଏପରି ଅପରାଧ ପାଇଁ କୌଣସି ପ୍ରକାରର ପ୍ରାୟଶ୍ଚିତ ଥାଇ ନପାରେ ବୋଲି ଅଦାଲତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe