ବର୍ଷା, ତୁଷାରପାତରେ ହିମାଚଳ ଜନଜୀବନ ଅସ୍ତବ୍ୟସ୍ତ: ବାଦଲଫଟା ବର୍ଷା ଭସାଇ ନେଲା ଅନେକ ଗାଡ଼ି, ୫୩୮ ରୋଡ୍‌ ବନ୍ଦ

ପ୍ରବଳ ବର୍ଷା ଓ ତୁଷାର ହିମାଚଳପ୍ରଦେଶରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।  ରାଜ୍ୟର ୫୦ରୁ ଅଧିକ ସ୍ଥାନରେ   ଭୂସ୍ଖଳନ ହୋଇଛି। ବାଦଲଫଟା ବର୍ଷା ଯୋଗୁଁ ଅନେକ ଯାନ ବାହନ ଭାସି ଯାଇଛି।

gfggtth

ଶିମ୍‌ଲା: ପ୍ରବଳ ବର୍ଷା ଓ ତୁଷାର ହିମାଚଳପ୍ରଦେଶରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।  ରାଜ୍ୟର ୫୦ରୁ ଅଧିକ ସ୍ଥାନରେ   ଭୂସ୍ଖଳନ ହୋଇଛି। ବାଦଲଫଟା ବର୍ଷା ଯୋଗୁଁ ଅନେକ ଯାନ ବାହନ ଭାସି ଯାଇଛି। ଭୂସ୍ଖଳନ ଯୋଗୁଁ ହିମାଚଳପ୍ରଦେଶରେ ୫ଟି ରାଜପଥ ସମେତ ୫୮୩ ରାସ୍ତା ବନ୍ଦ ହୋଇଯାଇଛି।  କୁଲ୍ଲୁ ଜିଲ୍ଲାର ପାହାଦଲାରେ ଆଜି ବାଦଲ ଫଟା ବର୍ଷା ଯୋଗୁଁ ୧୨ରୁ ଅଧିକ ଗାଡ଼ି ଭାସି ଯାଇଛି।  କିନୌର ଏବଂ ଭାର୍‌ମୋରରେ ବରଫ ଅତଡ଼ା ଧସିଛି।  ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ମଣ୍ଡିରୁ ପଠାନକୋଟକୁ ଯାଉଥିବା ଏକ ବସ୍‌ ଭୂସ୍ଖଳନ ଯୋଗୁଁ ପଲଟି ଯିବା ଫଳରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।  

କାଙ୍ଗ୍ରା ଜିଲ୍ଲାର ରୋକାରୁରେ ପ୍ରବଳ ବାଦଲଫଟା ବର୍ଷା ଯୋଗୁଁ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଘଟଣାରେ ଅନେକ ଗାଡ଼ି ନଷ୍ଟ ହୋଇଯାଇଛି ଏବଂ ୧୨ଟି ଘର ବିପଦରେ ଅଛି।  ପ୍ରଭାବିତ ପରିବାରଙ୍କୁ ସୁରକ୍ଷିତ  ସ୍ଥାନାନ୍ତର କରାଯାଇଛି।  ଚମ୍ବାରେ ପ୍ରବଳ ବରଫପାତ ହେବାପରେ   ପାଙ୍ଗି ଭ୍ୟାଲି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।  କିନୌର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏଠାରେ ଅଧିକାଂଶ ରାସ୍ତା ଭୂସ୍ଖଳନ ଏବଂ  ପଥର ଅତଡ଼ା ଖସିବାରୁ ବନ୍ଦ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe