ଉତ୍ତର ଓ କେନ୍ଦ୍ରୀୟ କଶ୍ମୀରରେ ହାଇ ଆଲର୍ଟ, ପୁଲ୍‌ୱାମା ଆକ୍ରମଣ ଭଳି ଯୋଜନା କରୁଛନ୍ତି ଆତଙ୍କବାଦୀ: ଗୁଇନ୍ଦା ସୂଚନା

Advertisment
ଉତ୍ତର ଓ କେନ୍ଦ୍ରୀୟ କଶ୍ମୀରରେ ହାଇ ଆଲର୍ଟ, ପୁଲ୍‌ୱାମା ଆକ୍ରମଣ ଭଳି ଯୋଜନା କରୁଛନ୍ତି ଆତଙ୍କବାଦୀ: ଗୁଇନ୍ଦା ସୂଚନା

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା କଥା ଗୁଇନ୍ଦା ସୂଚନା ମିଳିବା ପରେ ଉତ୍ତର ଓ କେନ୍ଦ୍ରୀୟ କଶ୍ମୀରରେ ଆଲର୍ଟ ଜାରି କରାଯାଇଛି।

publive-image Image Courtesy of Zee News

ଆତଙ୍କବାଦୀମାନେ କାର୍ ବୋମା ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ଦେବା ପରେ ଶ୍ରୀନଗର-ବାରମୂଳା ରାଜପଥରେ ହାଇ ଆଲର୍ଟ ଜାରି ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ଓ କେନ୍ଦ୍ରୀୟ କଶ୍ମୀରକୁ ସଂଯୋଗ କରୁଥିବା ରାଜପଥରେ ଲଶ୍କର-ଏ-ତୈବା ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ବାରମୂଳାର ପଟ୍ଟନ ଅଞ୍ଚଳରୁ ଶ୍ରୀନଗର ଉପକଣ୍ଠରେ ଥିବା ଏଚ୍ଏମ୍‌ଟି ମଧ୍ୟସ୍ଥ ରାସ୍ତାରେ ଆକ୍ରମଣ କାରାଯାଇ ପାରେ।

publive-image Image Courtesy of Zee News

ଗୁଇନ୍ଦା ସୂଚନାରୁ ଆହୁରି ଜଣାପଡ଼ିଛି ଯେ, ସମ୍ପୃକ୍ତ ଅଞ୍ଚଳରେ ସ୍ଥାନ ପର୍ଯ୍ୟବେକ୍ଷଣ ଶେଷ ହୋଇଛି। ରହମନ୍ ଭାଇ ନାମକ ଜଣେ ବିଦେଶୀ ଆତଙ୍କବାଦୀଙ୍କ ଦ୍ବାରା ସମଗ୍ର ଯୋଜନା କରାଯାଇଛି। ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ଆମ୍ବୁଲାନ୍‌ସ୍‌ରେ ଅଣାଯାଇ ପାରେ।

ଏହି ସୂଚନା ମିଳିବା ପରେ ସମଗ୍ର ଉତ୍ତର କଶ୍ମୀରର ବଟ୍ଟନ୍, ସୋପୋର ଏବଂ ହଣ୍ଡୱାରା ପ୍ରଭୃତି ଅଞ୍ଚଳରେ ନିରାପତ୍ତା ବଳଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe