ପରିବା ମଣ୍ଡି ଅଞ୍ଚଳରେ ଭୁଶୁଡ଼ି ପଡ଼ିଲା ତିନିମହଲା କୋଠା: ଦୁଇ ଶିଶୁଙ୍କ ମୃତ୍ୟୁ

Advertisment

ଅନେକ ଦବି ରହିଥିବା ସନ୍ଦେହ

ଅନେକ ଦବି ରହିଥିବା ସନ୍ଦେହ

ପରିବା ମଣ୍ଡି ଅଞ୍ଚଳରେ ଭୁଶୁଡ଼ି ପଡ଼ିଲା ତିନିମହଲା କୋଠା: ଦୁଇ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରଦିଲ୍ଲୀରେ ପରିବା ମଣ୍ଡି ଅଞ୍ଚଳରେ ତିନିମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। କୋଠା ଭୁଶୁଡି ପଡ଼ିବା ହେତୁ ସେହି ବାଟ ଦେଇ ଯାଉଥିବା ଦୁଇଜଣ ଶିଶୁ ଏହା ତଳେ ଚାପି ହୋଇ ରହି ଯାଇଥିଲେ। ଭୁଶୁଡି ଯାଇଥିବା କୋଠା ତଳୁ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ଶିଶୁ ଦ୍ବୟଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି। କୋଠା ଭୁଶୁ଼ଡିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ଏହି କୋଠା ତଳୁ ଜଣେ ଆହତ ବୃଦ୍ଧଙ୍କୁ ବି ଉଦ୍ଧାର କରାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି କୋଠା ତଳେ ତିନିରୁ ଚାରି ଜଣ ଆହୁରି ଦବି ରହିଥିବା ଅନୁମାନ କରାଯାଉଛି। କୋଠାଟି ପ୍ରାୟ ୫୦ ବର୍ଷ ତଳର ଓ ତଳ ମହଲାରେ ଥିବା ଦୋକାନରେ କିିଛି ନିର୍ମାଣ କାର୍ଯ୍ୟ ଚାଲିଥିବା କୁହାଯାଇଛି। ତେବେ କୋଠା ଭୁଶୁଡିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ଯେଉଁ ଦୋକାନରେ କାମ ଚାଲୁଥିଲା, ସେହି ଦୋକାନ ମାଲିକଙ୍କ ବିରୋଧରେ ଧାରା ୩୦୪ରେ ମାମଲା ରୁଜୁ କରାଯାଇଛି। ଏଥିସହିତ କୋଠା ତଳେ କାମ କରୁଥିବା ଶ୍ରମିକ ବି ଏଥିରେ ଦବି ରହିଥିବା ଆଶଙ୍କା କରାଯାଉଛି।

ଏହି ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ କରି ଲେଖିଛନ୍ତି, ପରିବା ମଣ୍ଡି ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣା ଦୁଃଖଦ। ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଜିଲ୍ଲା ପ୍ରଶାସନ ମାଧ୍ୟମରେ ଘଟଣା ସହିତ ମୁଁ ଜିଡ଼ି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe